ଓଡିଶା

odisha

ETV Bharat / state

ଜମି ବିବାଦକୁ ନେଇ ଆକ୍ରୋଶର ଶିକାର ନିରୀହ ଝିଅ, ନ୍ୟାୟ ଅପେକ୍ଷାରେ ପରିବାର - ଆନନ୍ଦପୁର ଖବର

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ପୋଲିସ ବିରୋଧରେ ଅଭିଯୋଗ । ଏକ ଗଣ୍ଡଗୋଳରେ ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ପୋଲିସ । ଅଧିକ ପଢ଼ନ୍ତୁ...

ଜମି ବିବାଦ ଆକ୍ରୋଶର ଶିକାର ଝିଅ, ନ୍ୟାୟ ଅପେକ୍ଷା ପୂରା ପରିବାର
ଜମି ବିବାଦ ଆକ୍ରୋଶର ଶିକାର ଝିଅ, ନ୍ୟାୟ ଅପେକ୍ଷା ପୂରା ପରିବାର

By

Published : May 11, 2021, 6:39 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ପୋଲିସ ବିରୋଧରେ ଅଭିଯୋଗ । ଏକ ଗଣ୍ଡଗୋଳରେ ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ ପୋଲିସ । ଜମି ବିବାଦକୁ ନେଇ ଖେତୁଆଳି ଗ୍ରାମର ଇନ୍ଦ୍ରମଣି ଜେନା ଓ ଜଗନ୍ନାଥ ଜେନାଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ଉଭୟ ପରିବାରଙ୍କ ମଧ୍ୟରେ ଝଗଡ଼ା ସମାଧାନ କରୁଥିବା ବେଳେ ଇନ୍ଦ୍ରମଣି ଜେନାଙ୍କ ଝିଅ ମାଳତୀ ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହାକୁ ନେଇ ତାଙ୍କ ପରିବାର ନନ୍ଦିପଦା ପୋଲିସ ନିକଟର ଅଭିଯୋଗ କରିଥିଲେ ।

ଜମି ବିବାଦ ଆକ୍ରୋଶର ଶିକାର ଝିଅ, ନ୍ୟାୟ ଅପେକ୍ଷା ପୂରା ପରିବାର

ଇନ୍ଦ୍ରମଣି ଜେନାଙ୍କୁ ବଞ୍ଚାଇବାକୁ ଯାଇ ମାଳତୀ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଆହତ ହୋଇଥିବାରୁ ପ୍ରଥମେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଏପ୍ରିଲ ମାସ 10 ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ 13 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ହେଲେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି ।

ଘଟଣା କୁ 29 ଦିନ ବିତିଯାଇଛି । ଅଭିଯୁକ୍ତମାନେ ଖୁଲମଖୁଲା ଗାଁ ଦାଣ୍ଡରେ ବୁଲିବା ସହ ଇନ୍ଦ୍ରମଣିଙ୍କ ପରିବାରକୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି । ସେପଟେ ଜଗନ୍ନାଥ ଜେନାଙ୍କ ପରିବାର ପକ୍ଷରୁ ଆକ୍ରମଣ ଶିକାର ହୋଇଥିବା ମାଳତୀ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି । ବିଛଣାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମାଳତୀ । ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details