ଓଡିଶା

odisha

ETV Bharat / state

ଚାଷୀଙ୍କ ପୁଅ ହେଲେ ଓଏଏସ

ଦୃଢ଼ ଇଛାଶକ୍ତି ଓ ଅଧ୍ୟବସାୟ ସାମ୍ନାରେ ହାର ମାନିଛି ଘରର ଦାରିଦ୍ରତା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପଡ଼ିଆପାଳ ଗ୍ରାମର ମାୟାଧର ପଲେଇଙ୍କ ପୁଅ ଆନନ୍ଦ ଚନ୍ଦ୍ର ପଲେଇ ।  ଯିଏକି ଓଏଏସ ପରୀକ୍ଷାରେ ସଫଳତା ପାଇ ନିଜ ପରିବାର ସହ ଗାଁ ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢନ୍ତୁ...

keunjhar boy OAS exam clear
ଚାଷୀଙ୍କ ପୁଅ ହେଲେ ଓଏଏସ

By

Published : Feb 8, 2020, 5:02 PM IST

ଆନନ୍ଦପୁର: ଦୃଢ଼ ଇଛାଶକ୍ତି ଓ ଅଧ୍ୟବସାୟ ସାମ୍ନାରେ ହାର ମାନିଛି ଘରର ଦାରିଦ୍ରତା । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପଡ଼ିଆପାଳ ଗ୍ରାମର ମାୟାଧର ପଲେଇଙ୍କ ପୁଅ ଆନନ୍ଦ ଚନ୍ଦ୍ର ପଲେଇ । ଯିଏକି ଓଏଏସ ପରୀକ୍ଷାରେ ସଫଳତା ପାଇ ନିଜ ପରିବାର ସହ ଗାଁ ପାଇଁ ଗୌରବ ଆଣିଛନ୍ତି ।

ବାପା ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ଅନେକ ଦୁଃଖ କଷ୍ଟ ଆସିଛି ଆନନ୍ଦଙ୍କ ଜୀବନରେ । ହେଲେ ମାୟାଧର ପାଠପଢ଼ାରେ କେବେ ଅଭାବ ରଖିନାହାଁନ୍ତି ନିଜ ପୁଅର । ପୁଅର ପାଠ ପଢା ପ୍ରତି ଆଗ୍ରହକୁ ଦେଖି ତାକୁ ଅଧିକ ପଢ଼ାଇବା ପାଇଁ ନିଜ ଜମି ମଧ୍ୟ ବିକ୍ରି କରିଦେଇଥିଲେ ମାୟାଧର ।

ଆଉ ଆଜି ତାଙ୍କ ପରିଶ୍ରମର ଫଳ ମିଳିଛି । ମାୟାଧର ନିଜ ପୁଅର ସଫଳତା ଏତେ ଖୁସି ଅଛନ୍ତି ଯେ କଥା କହିବା ସମୟରେ ମଧ୍ୟ ତାଙ୍କ ଆଖି ଛଳଛଳ ହେଇଯାଉଛି ଆନନ୍ଦ ଅଶ୍ରୁରେ । ମା ମଧ୍ୟ ନିଜ ପୁଅ ପାଇଁ ଗର୍ବିତ ଅଛନ୍ତି ।ଆନନ୍ଦ ସ୍ଥାନୀୟ ବିଦ୍ୟାଳୟରେ ପାଠ ପଢା ଶେଷ କରିବା ପରେ ଭଦ୍ରକ କଲେଜରେ ପଢିଥିଲେ । ପରେ ବ୍ୟାଙ୍କରୁ ଲୋନ କରି ଏମବିଏ ପଢା ଶେଷ କରିବା ପରଠାରୁ ୭ ବର୍ଷ ଧରି ଏଫସିଆଇରେ କାର୍ଯ୍ୟରତ ଥିଲେ ।

ଚାଷୀଙ୍କ ପୁଅ ହେଲେ ଓଏଏସ

ଦିନରେ ଚାକିରି ଜୀବନ ଆଉ ରାତିରେ ପାଠ ପଢି ଓଏଏସ ପାଇଁ ପ୍ରସ୍ତୁତ ହେଉଥିଲେ । ଏତେ ପରେ ବି କେବେ ଥକି ପଡିନାହାଁନ୍ତି ସେ। କଠିନ ଅଧ୍ୟବସାୟ ଓ ଦୃଢ଼ଇଚ୍ଛା ଶକ୍ତି ହିଁ ଆଜି ତାଙ୍କୁ ସଫଳତା ଦେଇଛି ବୋଲି କହିଛନ୍ତି ଆନନ୍ଦ I ତାଙ୍କ ସଫଳତାରେ ପଡ଼ିଆପାଳ ଗାଁ ସମ୍ପୂର୍ଣ୍ଣ ଭାବେ ଆନନ୍ଦିତ ହେବା ସହିତ ଏଭଳି ସୁଯୋଗ୍ୟ ସନ୍ତାନକୁ ପାଇ ଗାଁ ଗର୍ବିତ ବୋଲି କହିଛନ୍ତି ଗ୍ରାମବାସୀ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details