ଓଡିଶା

odisha

ସ୍ବାଧୀନ ରାଷ୍ଟ୍ରରେ ଏବେ ବି ପରାଧୀନ କେନ୍ଦୁଝରର ରୁଗୁଡୁ ସାହି

By

Published : Aug 2, 2020, 6:01 PM IST

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଖଣିଜ ସମ୍ପଦ ଯେତିକି ମହଜୁଦ ରହିଛି, ସେତିକି ପ୍ରାକୃତିକ ପରିବେଶ ମଧ୍ୟ ଘେରି ରହିଛି । ହେଲେ ବିଡମ୍ବନାର ବିଷୟ କି ବଣ ଜଙ୍ଗଲ ଘେରା ଏହି ଜିଲ୍ଲାରେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗ୍ରାମରେ ଆଜି ବି ଅପହଞ୍ଚ ସାଧାରଣ ସୁବିଧା ।

keonjhar latest news, tribal villages in keonjhar, fundamental rights in keonjhar, rugudi sahi, drinking water problem in keonjhar, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରରେ ଆଦିବାସୀ ଅଧ୍ୟୁଷିତ ଗାଁ, କେନ୍ଦୁଝରରେ ଅପହଞ୍ଚ ମୌଳିକ ସୁବିଧା, ରୁଗୁଡି ସାହି, କେନ୍ଦୁଝରରେ ପାନୀୟ ଜଳ ସମସ୍ୟା
ସ୍ବାଧୀନ ରାଷ୍ଟ୍ରରେ ଏବେ ବି ପରାଧୀନ କେନ୍ଦୁଝରର ରୁଗୁଡୁ ସାହି

କେନ୍ଦୁଝର: ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଖଣିଜ ସମ୍ପଦ ଯେତିକି ମହଜୁଦ ରହିଛି, ସେତିକି ପ୍ରାକୃତିକ ପରିବେଶ ମଧ୍ୟ ଘେରି ରହିଛି । ହେଲେ ବିଡମ୍ବନାର ବିଷୟ ଯେ ବଣ ଜଙ୍ଗଲ ଘେରା ଏହି ଜିଲ୍ଲାରେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗ୍ରାମରେ ଆଜି ବି ଅପହଞ୍ଚ ସାଧାରଣ ସୁବିଧା । ଜିଲ୍ଲାରେ ଏବେ ବି ଏପରି ଅନେକ ଗ୍ରାମ ରହିଛି ଯେଉଁଠାରେ ନା ରହିଛି ଗମନାଗମନ ପାଇଁ ସୁବିଧା ନା ରହିଛି ପାନୀୟ ଜଳ ସୁବିଧା । ଆଉ ଦେହ ଖରାପ ହେଲେ ଡାକ୍ତରଖାନାରେ ପହଞ୍ଚିବା ପାଇଁ ଖଟିଆ ହିଁ ଏକମାତ୍ର ଭରସା ।

ସ୍ବାଧୀନ ରାଷ୍ଟ୍ରରେ ଏବେ ବି ପରାଧୀନ କେନ୍ଦୁଝରର ରୁଗୁଡୁ ସାହି

ଏହିପରି ଏକ ଆଦିବାସୀ ଅଧ୍ୟୁଷିତ ଗାଁ ହେଉଛି ବାଂଶପାଳ ବ୍ଲକ ଅନ୍ତର୍ଗତ ତରମାକାନ୍ତ ପଞ୍ଚାୟତର ରୁଗୁଡି ସାହି । ଏହି ଗ୍ରାମରେ 50ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିଲେ ସୁଦ୍ଧା ଯାତାୟତ ପାଇଁ ରାସ୍ତାଟିଏ ନାହିଁ । ସେପଟେ ଆଉ ଏକ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ଗାଁରେ ନଳକୂପ ଥିଲେ ମଧ୍ୟ ଏହା ଅଚଳ । ଏଥିରୁ ବାହାରୁଥିବା ପାଣି ପିଇବା ଯୋଗ୍ୟ ନୁହେଁ । ଫଳରେ ଗ୍ରାମବାସୀଙ୍କ ଏକମାତ୍ର ଭରସା ଗ୍ରାମ ନିକଟରୁ 1 କିଲୋମିଟର ଦୂରରେ ଥିବା ଜଙ୍ଗଲୀ ନଦୀ । ଖରା ହେଉ କି ବର୍ଷା, ସବୁଦିନ ଏହି ନଦୀର ପାଣି ହିଁ ଗ୍ରାମବାସୀଙ୍କର ପାନୀୟ ଜଳର ଅଭାବ ମେଣ୍ଟାଇଥାଏ ।

ଏହି ନଦୀ କେବଳ ପାନୀୟ ଜଳ ନୁହେଁ ନିତିଦିନିଆ କର୍ମରେ ମଧ୍ୟ ବ୍ୟବହାର ହୋଇଥାଏ। ଏହି ନଦୀ ଗ୍ରାମଠାରୁ ବହୁ ଦୂରରେ ଥିବା ଯୋଗୁଁ ପାଣି ନେବା ପାଇଁ ଗ୍ରାମର ମହିଳାମାନଙ୍କୁ ବନ୍ୟଜନ୍ତୁ ଭୟ ମଧ୍ୟ ଲାଗି ରହିଥାଏ । ତେଣେ ଅନ୍ୟ କୌଣସି ଉପାୟ ନଥିବାରୁ ଏହି ନଦୀର ଦୂଷିତ ଜଳ ପିଇବା ପାଇଁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଏହି ନିତିଦିନିଆ ସମସ୍ୟା ପାଇଁ ଗ୍ରାମବାସୀମାନେ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏହାର ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି । ଏହିଭଳି ଚିତ୍ର ଗୋଟିଏ ଗ୍ରାମର ହୋଇନଥିବା ବେଳେ ଏହି ଆଦିବାସୀ ଅଞ୍ଚଳରେ ଅନେକ ଗ୍ରାମରେ ଏବେ ଲୋକେ ଚୁଆ ପାଣି ଭରସାରେ ଜୀବନ ବିତାଉଥିବା ଦେଖାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details