ଓଡିଶା

odisha

ETV Bharat / state

ପକ୍ଷୀ ପ୍ରେମରେ ଅଞ୍ଜନ, ପାଳିଛନ୍ତି 200 ପକ୍ଷୀ - birds collection

କେନ୍ଦୁଝର ସହରର ଯୁବ ସମାଜସେବୀଙ୍କ ନିଆରା ସଉକ ହେଲା ବିଦେଶୀ ପକ୍ଷୀଙ୍କୁ ନିଜ ଘରେ ପୋଷା ମନେଇ ରଖିବା । ଏହି ଚଢେଇଙ୍କ କିଚିରି ମିଚିରି କଳରବକୁ ସାଉଁଟିବା ପାଇଁ ନିଜ ଘରେ 200ରୁ ଊର୍ଦ୍ଧ୍ବ ବିଦେଶୀ ପକ୍ଷୀ ରଖିଛନ୍ତି ଅଞ୍ଜନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପକ୍ଷୀ ପ୍ରେମୀରେ ଅଞ୍ଜନ
ପକ୍ଷୀ ପ୍ରେମୀରେ ଅଞ୍ଜନ

By

Published : Sep 29, 2020, 7:25 PM IST

କେନ୍ଦୁଝର:ମଣିଷର ଭିନ୍ନ ଭିନ୍ନ ସଉକ ଥାଏ । କିଏ କୁକୁର ପାଳିଥାଏ ତ ଆଉ କିଏ ଗାଈ ଏବଂ ଫୁଲ ଗଛ ଲଗାଇ ଥାଏ । କିନ୍ତୁ କେନ୍ଦୁଝର ସହରର ଯୁବ ସମାଜସେବୀଙ୍କ ନିଆରା ସଉକ ହେଲା ବିଦେଶୀ ପକ୍ଷୀଙ୍କୁ ନିଜ ଘରେ ପୋଷା ମନେଇ ରଖିବା । ଏହି ଯୁବ ସମାଜସେବୀ ଅଞ୍ଜନ ବେଜ ନିଜ ଘରେ କୋଡିଏରୁ ଊର୍ଦ୍ଧ୍ବ ପ୍ରକାରର ପାଖାପାଖି 200ଟି ପକ୍ଷୀ ଘରେ ପାଳିଛନ୍ତି ।

ଏହି ପକ୍ଷୀ ଗୁଡିକୁ ସେ ଜିଲ୍ଲା ତଥା ଜିଲ୍ଲା ବାହାର ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ଘରେ ବେଶ ସଉକରେ ପାଳି ଆସୁଛନ୍ତି । ଏଥିରେ ମଧ୍ୟ ତାଙ୍କ ସ୍ତ୍ରୀ ଓ ଝିଅ ବେଶ ସହାୟତା ମଧ୍ୟ କରୁଛନ୍ତି । ବଣ ପାହାଡ଼ ଘେରା ବାଂଶପାଳ ଅଞ୍ଚଳରେ ବସବାସ କରିବା ସହ କର୍ମକ୍ଷେତ୍ର କରିଥିବା ଉକ୍ତ ଅଞ୍ଚଳରେ ଚଢେଇଙ୍କ କଳରବ ତାଙ୍କୁ ଆନ୍ଦୋଳିତ କରିଥିଲା ।

ପକ୍ଷୀ ପ୍ରେମୀରେ ଅଞ୍ଜନ

ଏହି ଚଢେଇଙ୍କ କିଚିରି ମିଚିରି କଳରବକୁ ସାଉଁଟିବା ପାଇଁ ନିଜ ଘରେ ବିଦେଶୀ ପକ୍ଷୀଙ୍କ ରଖିବା ସଉକ ବଢିଥିଲା ଅଞ୍ଜନଙ୍କର । ବିଦେଶୀ ପକ୍ଷୀଙ୍କ ସହ ବହୁ ପୁରାତନ ସାମଗ୍ରୀକୁ ମଧ୍ୟ ସେ ସଂଗ୍ରହ କରି ରଖିଥାନ୍ତି । ଆଗାମୀ ଦିନରେ ଏକ ଗୋ-ଶାଳା କରି ଗୋରୁ-ଗାଈଙ୍କ ସେବା କରିବେ ବୋଲି ଆଶା ରଖିଛନ୍ତି ଅଞ୍ଜନ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details