କେନ୍ଦୁଝର: ରେର୍କଡ କରିଛି କେନ୍ଦୁଝରର ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ। ୭୨ ଫୁଟ ଉଚ୍ଚତା ଏବଂ ୪୫ ଫୁଟ ଓସାରର ଏହି ରଥ ବିଶ୍ୱର ସର୍ବବୃହତ ନନ୍ଦିଘୋଷ ରଥ ଭାବେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛି। ଏହା ପ୍ରଥମଥର ନୁହେଁ ପୂର୍ବରୁ ଏହି ନନ୍ଦିଘୋଷ ରଥ ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ, ଏସିଆ ପାସିଫିକ ରେକର୍ଡରେ ସ୍ଥାନ ପାଇଛି। ଏହାସହ ଇଣ୍ଡିଆନ ନ୍ୟାସନାଲ ରେକର୍ଡ, ଇଣ୍ଟରନାସନାଲ ଓ୍ୱାଣ୍ଡର ୱାର୍ଲଡ଼ ରେକର୍ଡରେ ସାମିଲ ହୋଇ ଥିବାବେଳେ ସଦ୍ୟ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇଛି।
ଇଣ୍ଡିଆ ବୁକ ଅଫ ରେକର୍ଡ଼: ସ୍ଥାନ ପାଇଲା କେନ୍ଦୁଝରର ନନ୍ଦିଘୋଷ ରଥ - record
ରେର୍କଡ କଲା କେନ୍ଦୁଝରର ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ । ଏହା ବିଶ୍ୱର ସର୍ବବୃହତ ରଥ ହେବା ସହ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛି।
ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର
ସୂଚନା ଅନୁଯାୟୀ, ଇଣ୍ଡିଆ ବୁକ ଅଫ ରେକର୍ଡର ଏକ ପ୍ରତିନିଧି ଦଳ କେନ୍ଦୁଝର ଆସି ଏହି ରଥର ଯାଞ୍ଚ କରିଥିଲେ। ଏହା ପରେ ରେକର୍ଡ ବହିରେ ସ୍ଥାନିତ କରିଛନ୍ତି। ଯାଞ୍ଚ ସମୟରେ କେନ୍ଦୁଝର ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହା ସହ ଆଗକୁ ଏହି ରଥ ଲିମକା ବୁକ ଏବଂ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆବେଦନ କରିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ