ଓଡିଶା

odisha

ETV Bharat / state

ଡମ୍ପର ଧକ୍କାରେ ଜଣେ ମୃତ

ଡମ୍ପର ଧକ୍କାରେ ଜଣେ ମୃତ , ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ....

By

Published : Apr 29, 2020, 11:19 AM IST

kendujhar accident, one death
ଡମ୍ପର ଧକ୍କାରେ ଜଣେ ମୃତ

କେନ୍ଦୁଝର:‌ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ବଡ଼ବିଲ କଳିଙ୍ଗ ନଗର ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଭଦ୍ରାସାହିର ଡମ୍ପର ମାଲିକ ସୁରେଶ ଧଳ। ସୂଚନାଯୋଗ୍ୟ ,ଯେ ସୁରେଶଙ୍କ ଡମ୍ପର ବଡ଼ବିଲ ବଲାଣୀ ରାସ୍ତାର କଳିଙ୍ଗ ନଗର ଠାରେ ବ୍ରେକଡାଉନ ହୋଇ ରାସ୍ତାର ବାମପାଶ୍ବରେ ଛିଡ଼ା ହୋଇଥିଲା । ସୁରେଶ ଜଣେ ମେକାନିକକୁ ନେଇ ଗାଡିର ମରାମତି କାମ କରାଉଥିବା ବେଳେ, ଏକ ଅଜଣା ଡମ୍ପର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ନିଜ ଡମ୍ପରରେ ଚାପିହୋଇ ସୁରେଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ଡମ୍ପର ଧକ୍କାରେ ଜଣେ ମୃତ

ହେଲେ, ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମେକାନିକ ଜଣକ । ଦୁର୍ଘଟଣା ଘଟାଇ ଥିବା ଡମ୍ପରଟି ଖସି ପଳାଇ ଯାଇଥିବା ଜଣାପଡିଛି । ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details