ଓଡିଶା

odisha

ETV Bharat / state

କେନ୍ଦୁଝରର ପରିଚୟ ‘କେନ୍ଦୁ’... - demand

ଏବେ ଚାଲିଛି କେନ୍ଦୁ ଫଳର ସିଜିନ । କେନ୍ଦୁ କିଣିବାକୁ କେନ୍ଦୁଝର ବଜାରରେ ଲାଗୁଛି ଗ୍ରାହକଙ୍କ ଭିଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : May 6, 2019, 10:09 PM IST

କେନ୍ଦୁଝର: କେନ୍ଦୁଝର ବଜାରରେ ଏବେ ଜମୁଛି କେନ୍ଦୁର ଚାହିଦା । ବଣ ଜଙ୍ଗଲ ଭରା କେନ୍ଦୁଝର ଜିଲ୍ଲାରେ ବସବାସ କରନ୍ତି ପାରମ୍ପରିକ ବନବାସୀ ଓ ଅନାନ୍ୟା ଅଧିବାସୀ । ସମସ୍ତଙ୍କ ପସନ୍ଦ କେନ୍ଦୁ । ଲୋକଙ୍କ ଚାହିଦାକୁ ଦେଖି କେନ୍ଦୁ ଫଳକୁ କେନ୍ଦୁଝର ଜିଲ୍ଲାର ଏକ ପ୍ରକାର ପରିଚୟ ବୋଲି ମଧ୍ୟ କୁହାଯାଏ । ବର୍ତ୍ତମାନ ଏହା ସୀମିତ ଜଙ୍ଗଲ ମଧ୍ୟରେ ରହି ଯାଇଛି । ଏହି କେନ୍ଦୁକୁ କିଛି ମହିଳା ସୁଦୂର ଜଙ୍ଗଲରୁ ଆଣି କେନ୍ଦୁଝର ବଜାରରେ ବିକ୍ରି କରିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝରର କେନ୍ଦୁର ସ୍ବାଦ ନିଆରା ହୋଇଥିବାରୁ ରାସ୍ତାରେ ଯାଉଥିବା ଲୋକେ ଗାଡି ରଖି ଏହି କେନ୍ଦୁକୁ କିଣି ନେଇଥାନ୍ତି । ଏହି କେନ୍ଦୁକୁ ଜିଲ୍ଲା ବାହାରର ଲୋକ ମଧ୍ୟ ବହୁ ସଉକରେ ନେଇଥାନ୍ତି । ଏହି କେନ୍ଦୁ ଖରା ଦିନିଆ ଫଳ ହୋଇଥିବାରୁ ଏହି ଦିନରେ ପର୍ବପର୍ବାଣୀରେ ଏହାକୁ ଭୋଗ ରୂପେ ଅର୍ପଣ କରାଯାଇଥାଏ । ସାବିତ୍ରୀ ଅମାବାସ୍ୟାରେ ଏହାର ଚାହିଦା ଢେର ବଢିଯାଏ ।

କାହିଁ କେଉଁ କାଳରୁ ଏହି ବନବାସୀଙ୍କ ସହ କେନ୍ଦୁଝର ଜିଲ୍ଲାବାସୀଙ୍କ ଏକ ପାରମ୍ପରିକ ଫଳ ଭାବେ କେନ୍ଦୁ ଫଳକୁ ଖାଇ ଆସୁଛନ୍ତି । ଏହି କେନ୍ଦୁ ପ୍ରାୟତଃ ଗ୍ରୀଷ୍ମ ଋତୁରେ ହିଁ ଫଳିଥାଏ । ଏହା ଖାଇବାକୁ ମିଠା ଲାଗୁ ଥିବାରୁ ଜଙ୍ଗଲୀ ଜନ୍ତୁଙ୍କ ଠାରୁ ମଣିଷର ପ୍ରିୟ ଫଳ ଭାବେ ଗଣା ହୋଇଥାଏ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details