ଓଡିଶା

odisha

ETV Bharat / state

ଗଣତନ୍ତ୍ରରେ ସାମିଲ ହେଲେ ଆଦିବାସୀ ସମ୍ପ୍ରଦାୟ - election

କେନ୍ଦୁଝରର ଆଦିବାସୀ ସମ୍ପ୍ରଦାୟ ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇଛନ୍ତି । ଭୋଟ ଦେଇ ମତାଧିକାର ସାବ୍ୟସ୍ତ କରିବା ସହିତ ନାଗରିକ ଭାବେ ନିଜର ଗୁରୁ ଦାୟୀତ୍ବ ତୁଲାଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

By

Published : Apr 23, 2019, 4:38 PM IST

କେନ୍ଦୁଝର: ଗଣତନ୍ତ୍ରର ମହାନପର୍ବ ଆରମ୍ଭ ହୋଇଯାଇଛି । ଏପଟେ ତୃତୀୟ ପର୍ଯ୍ୟାୟରେ କେନ୍ଦୁଝରରେ ମଧ୍ୟ ଭୋଟିଂ ଚାଲିଛି । ଭୋଟର ନିଜ ବହୁମୂଲ୍ୟ ଭୋଟ ଦେଇ ନିଜ ଜନ ପ୍ରତିନିଧିଙ୍କୁ ବାଛୁଛନ୍ତି। ରାଜ୍ୟରେ ଏବେ ଅନେକ ଆଦିବାସୀ ପଛୁଆ ବର୍ଗ ରହିଛନ୍ତି । ସେମାନେ ମଧ୍ୟ ଗଣତନ୍ତ୍ରର ଜଣେ ନାଗରିକ ହିସାବରେ ଭୋଟ ଦେଇ ନିଜର ଗୁରୁ ଦାୟୀତ୍ବ ତୁଲାଇଛନ୍ତି ।

ଏହି ଆଦିବାସୀ ଲୋକେ ବୁଥରେ ଲମ୍ବା ଲାଇନରେ ଠିଆ ହୋଇରହିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ତେବେ ଭୋଟ ଦେଇ ନିଜ ପସନ୍ଦର ଉପଯୁକ୍ତ ନେତା ବାଛିବେ ବୋଲି ସେମାନେ କହିଛନ୍ତି ।

ତେବେ ମତଦାନକୁ ନେଇ କିଭଳି ଥିଲା କେନ୍ଦୁଝର କୋଡିପଶା ଗ୍ରାମର ଆଦିବାସୀଙ୍କ ପ୍ରତିକ୍ରିୟା, ଏନେଇ ସେମାନଙ୍କ ମତାମତ ନେଇଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି...

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details