ଓଡିଶା

odisha

ETV Bharat / state

ମାଡୁଛି କୋରୋନା, ଫେଲ ମାରିଛି ସାମାଜିକ ଦୂରତା ଓ ସ୍ବଚ୍ଛତା କଟକଣା - keonjhar news

ମହାମାରୀ କୋରୋନା କବଳରୁ ରକ୍ଷା ପାଇବାକୁ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । କିନ୍ତୁ କେନ୍ଦୁଝର ଜିଲ୍ଲାରେ କିଛି ଦିିନ ସରକାରଙ୍କ ନିର୍ଦ୍ଦେଶ ପାଳନ ହେବା ପରେ ଏହି ନିୟମ ଏବେ ବାଟବଣା ହୋଇଯାଇଛି । ଦେଖନ୍ତୁ ଏହି ରିପୋର୍ଟ...

Increasing corona numbers, failing social distance and transparency cuts in keonjhar
ବଢୁଛି କୋରୋନା ସଂଖ୍ୟା, ଫେଲ ମାରୁଛି ସାମାଜିକ ଦୂରତା ଓ ସ୍ବଚ୍ଛତା କଟକଣା

By

Published : Jul 24, 2020, 10:44 PM IST

କେନ୍ଦୁଝର: ବିଶ୍ବବ୍ୟାପୀ କୋରୋନାର କୋପ ଜାରି ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମହାମାରୀର ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିଲା ଲକଡାଉନ । ଗତ 3 ମାସର ତାଲାବନ୍ଦ ପରେ ଆରମ୍ଭ ହୋଇଥିଲା ଅନଲକ ପର୍ଯ୍ୟାୟ । ଏଥିରେ ଲକଡାଉନର ସମସ୍ତ ନିୟମକୁ କୋହଳ କରାଯିବା ସହ ସାମାଜିକ ଦୂରତ୍ବ ଓ ସ୍ବଚ୍ଛତା ଉପରେ ଧ୍ୟାନ ଦେବାକୁ ନିବେଦନ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟ ତଥା କେନ୍ଦୁଝର ଜିଲ୍ଲା ପ୍ରଶାସନ ଜିଲ୍ଲାର ପ୍ରମୁଖ ହାଟ, ସହରାଞ୍ଚଳରେ ଥିବା ବଜାରରେ ବ୍ୟବସ୍ଥା ଗ୍ରହଣ କରିଥିଲେ । ସବୁ ହାଟ ଓ ବଜାରରେ ସାମାଜିକ ଦୂରତ୍ବକୁ କଡାକଡ଼ି ପାଳନ କରିବା ପାଇଁ ବାଉଁଶରେ ବ୍ୟାରିକେଟ ବ୍ୟବସ୍ଥା କରିଥିଲେ । ଏହା ସହ ସବୁ ପରିବା ଓ ଗ୍ରୋସରୀ ଦୋକାନରେ ଜନସାଧାରଣ ସାମାଜିକ ଦୂରତ୍ବ ପାଇଁ ଗୋଲେଇ ମଧ୍ୟ ରଙ୍ଗରେ ଆଙ୍କିଥିଲେ । ସାମାଜିକ ଦୂରତ୍ବ ସହ ଏହି ହାଟ ବଜାରରେ ସ୍ବଚ୍ଛତା ପ୍ରତି ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଥିଲା । କିନ୍ତୁ ଏହା ଲାଗୁ କରିବାର କିଛି ଦିନ ପରେ ସବୁ ଫେଲ ମାରିଥିଲା ଜିଲ୍ଲାରେ ।

ବଢୁଛି କୋରୋନା ସଂଖ୍ୟା, ଫେଲ ମାରୁଛି ସାମାଜିକ ଦୂରତା ଓ ସ୍ବଚ୍ଛତା କଟକଣା

ସବୁ ହାଟ ବଜାରରେ ସାମାଜିକ ଦୂରତ୍ବ ସାଙ୍ଗକୁ ସ୍ବଚ୍ଛତା ପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏହା ସତ୍ତ୍ବେ ବି ଏହି ହାଟ ବଜାରରେ ସାମାଜିକ ଦୂରତ୍ବ ପ୍ରତି ପ୍ରଶାସନ ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି ସାଧାରଣ ନାଗରିକ । ଏହା ସହ ଥର୍ମାଲ ସ୍କ୍ରିନଂ କି ସ୍ବଚ୍ଛତା ପ୍ରତି ମଧ୍ୟ ପ୍ରଶାସନ ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି ।

ସେହିପରି ଦୋକାନ ଗୁଡିକରେ ସାମାଜିକ ଦୂରତ୍ବ ବଜେଇ ରଖିବାକୁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଥିବାବେଳେ ଗ୍ରାହକମାନେ ଏହାକୁ ମାନୁନଥିବା ପ୍ରକାଶ କରିଛନ୍ତି ଦୋକାନ ମାଲିକ । ପ୍ରଶାସନ ପକ୍ଷରୁ ଗହଳିପୂର୍ଣ୍ଣ ବଜାର ଗୁଡିକରେ କଡା ନଜର ରଖିଲେ ସାମାଜିକ ଦୂରତ୍ବ ଠିକ ଭାବେ ପାଳନ ହୋଇପାରିବ ବୋଲି ଦୋକାନୀ ପ୍ରକାଶ କରିଛନ୍ତି । ଜିଲ୍ଲା ମୁଖ୍ୟାଳୟରେ ଥିବା ସର୍ବପୁରାତନ ପରିବା ବଜାରରେ ସ୍ବଚ୍ଛତା ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ବଜାର କମିଟି । ବଜାର ଗୁଡିକରେ ସବୁଦିନ ଶହ ଶହ ଲୋକେ ଯାତାୟତ କରୁଥିବା ବେଳେ ଏହାକୁ ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଉନଥିବା ଅଭିଯୋଗ ହୋଇଛି ।

ସେପଟେ ଏନେଇ ଆମେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲୁ । କୋରୋନା ପାଇଁ କେବଳ ଜିଲ୍ଲା ପ୍ରଶାସନ ନୁହେଁ ସାଧାରଣ ଲୋକଙ୍କୁ ମଧ୍ୟ ନିଜେ ଏଥିପ୍ରତି ସଜାଗ ହେବାକୁ ପଡିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ଏହା ସହ ଅଗ୍ନିଶମ ବିଭାଗ ପକ୍ଷରୁ ସବୁ ହାଟବଜାରରେ ସାନିଟାଇଜ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details