ଓଡିଶା

odisha

ETV Bharat / state

କେନ୍ଦୁଝରରେ ବାଲି ଚୋରା ଚାଲାଣ, ଚୁପ ବସିଛି ପ୍ରଶାସନ

କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ରେମାଳ ନଦୀ ଖଇଳୋ ଘାଟରେ ବେଆଇନ ବାଲି ଚୋରା ଚାଲାଣ ଚାଲିଛି ।

By

Published : Nov 2, 2019, 3:08 PM IST

କେନ୍ଦୁଝରରେ ବାଲି ଚୋରା ଚାଲାଣ

ଆନନ୍ଦପୁର: ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ ରେମାଳ ନଦୀ ଖଇଳୋ ଘାଟରେ ବେଆଇନ ବାଲି ଚୋରା ଚାଲାଣ ଚାଲିଛି । ବାଲି ମାଫିଆ ମାନେ ଦୈନିକ ଟ୍ରିପ ଟ୍ରିପ ବାଲି ଟ୍ରକ ଯୋଗେ ଚୋରା ଚାଲାଣ କରିୁଛନ୍ତି ।

କେନ୍ଦୁଝରରେ ବାଲି ଚୋରା ଚାଲାଣ

ତେବେ ବାଲି ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଏଥି ପ୍ରତି ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବାରୁ ବାଲି ମାଫିଆମାନେ ବେଧଡକ୍‌ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି । ଅନ୍ୟପଟେ ଗ୍ରାମବାସୀ ବିରୋଧ କଲେ ସେମାନଙ୍କୁ ଧମକ ଚମକ ଦେଉଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଘସିପୁରା ତହସିଲଦାରଙ୍କୁ ପଚାରିବାରୁ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details