ଓଡିଶା

odisha

ETV Bharat / state

ସାଙ୍ଗସହ ମିଶି ପତ୍ନୀକୁ ଜିଅନ୍ତା ଜାଳିଲା ସ୍ବାମୀ

ମେଲୋଡି ଦେଖିବା ବେଳେ ସ୍ତ୍ରୀକୁ ଡାକିନେଇ ଜୀଅନ୍ତା ଜାଳିଲା ସ୍ବାମୀ । ସାଙ୍ଗମାନଙ୍କ ସହ ମିଶି ସ୍ତ୍ରୀ ଉପରେ କିରୋସିନ ଢାଳି ନିଆଁ ଲଗାଇଲା ନିର୍ଦ୍ଦୟ ସ୍ବାମୀ ।

By

Published : Jun 18, 2019, 11:05 AM IST

ଫଟୋ ସୌଜନ୍ୟ : ପ୍ରତିନିଧି,ଆନନ୍ଦପୁର

ଆନନ୍ଦପୁର: ସାଙ୍ଗ ମାନଙ୍କ ସହ ମିଶି ପତ୍ନୀ କୁ କିରୋସିନ ଢାଳି ହତ୍ୟା କଲା ନିର୍ଦ୍ଦୟ ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା କୋଲେପାଳ ଗ୍ରାମରେ । ଏହି ଗ୍ରାମର ଲିଜା ନାଏକ ଗତବର୍ଷ ଭଦୁବେଡା ଗ୍ରାମର ପ୍ରଫୁଲ୍ଲ ନାଏକଙ୍କୁ ବିବାହ କରିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଆନନ୍ଦପୁର

ରଜ ପାଇଁ ବାପ ଘରକୁ ଆସିଥିବା ବେଳେ ଗତକାଲି ରାତିରେ ମେଲୋଡି ଦେଖୁଥିଲେ । ଏହି ସମୟରେ ତାଙ୍କ ସ୍ବାମୀ ତାଙ୍କର ୨ ସାଙ୍ଗଙ୍କ ସହ ଆସି ଲିଜାଙ୍କୁ ଡାକି ନେଇ ମାଡ଼ ମାରିଥିଲେ । ପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।

ଏହାପରେ ଲିଜା ଦୌଡି ଆସି ନିଜ ଘର ଲୋକଙ୍କୁ ଜଣାଇଥିଲେ । ଘର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଠାକୁରମୁଣ୍ଡା ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details