ଆନନ୍ଦପୁର: ସୈତାନ ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ମାରିବା ପରେ ମାରି ମାଟି ତଳେ ପୋତି ଦେଇଛି ସ୍ବାମୀ। ଆଉ ଏଭଳି କାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଣା ଗାଁରେ ।
କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ, ଆନନ୍ଦପୁର ଡିଏସପି ଘଟଣାର ତଦନ୍ତ କରୁଛନ୍ତି । ଏ ଘଟଣାଟି କେବେ ଘଟିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ଅମାନବୀୟ କାଣ୍ଡ ଘଟିଛି ସେନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ ।