ଆନନ୍ଦପୁର: ୧୯୯୯ ମସିହାର ପ୍ରଳୟଙ୍କାରୀ ମହାବାତ୍ୟାକୁ ପୁରିଛି ୨୦ ବର୍ଷ । ଏହି ପୂର୍ତ୍ତି ଅବସରରେ ସରେଇଁର ଶନିଶ୍ଚର ସେବା ଟ୍ରଷ୍ଟ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ସଦସ୍ୟ ମାନେ ଶନି ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ଗ୍ରାମର ରାମମନ୍ଦିର ନିକଟରେ ପହଞ୍ଚିଥିଲେ ।
ମନେପଡ଼େ ମହାବାତ୍ୟା, 20ବର୍ଷ ପୂର୍ତ୍ତିରେ କ୍ୟାଣ୍ଡେଲ ଶୋଭାଯାତ୍ରା - 20ବର୍ଷ ପୂର୍ତ୍ତିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ଚାଲିଯାଇଛି ସତ, ହେଲେ ଦେଇ ଯାଇଛି ବୁକୁଫଟା ଯନ୍ତ୍ରଣା । ଠିକ 1999 ମସିହା ଅକ୍ଟୋବର ମାସ 29 ତାରିଖରେ ଓଡ଼ିଶା ଆକାଶରେ ଛାଇଯାଇଥିଲା କଳା ବାଦଲର ଛାୟା । ତାହା ଥିଲା ମହାପ୍ରଳୟ ମହାବତ୍ୟା । ଏଇ ସ୍ମୃତିକୁ ମନେପକାଇ ଆନ୍ଦପୁରରେ ହୋଇଯାଇଛି କ୍ୟାଣ୍ଡେଲ ଶୋଭାଯାତ୍ରା ।
ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
କୋଡ଼ିଏ ବର୍ଷ ତଳର ସେହି ଅଭୁଲା ଏବଂ ଦୁଃଖଦ ଘଟଣାକୁ ମନେପକାଇବା ସହ ଏପରି ଦୁଃଖଦ ଘଟଣା ଯେପରି ଭବିଷ୍ୟତ ରେ ନଆସେ ସେଥିପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କ୍ୟାଣ୍ଡେଲ ଶୋଭାଯାତ୍ରାରେ ଟ୍ରଷ୍ଟର ଶତାଧିକ ସଦସ୍ୟ ଯୋଗଦାନ କରିଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ