ଓଡିଶା

odisha

By

Published : Nov 21, 2020, 1:13 PM IST

ETV Bharat / state

ବାଡିରେ କୁକୁଡା ପଶିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଗ୍ରାମରେ କୁକୁଡା ବାଡିରେ ପଶିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Group clashes happened for entering of chicken into neighbour's home in Keonjhar, one dead
ବାଡିରେ କୁକୁଡା ପଶିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ବାଡିରେ କୁକୁଡା ପଶିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି । ତେବେ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ବାଡିରେ କୁକୁଡା ପଶିବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ଗତ ବୁଧବାର ନନ୍ଦିପଦା ଥାନା ଅଁରା ଗ୍ରାମର ଲକ୍ଷ୍ମୀଧର ମଳିକଙ୍କ କୁକୁଡା ପଡୋଶୀ ଭୀମସେନ ଖଣ୍ଡେଇଙ୍କ ଘରେ ପଶିଥିଲା । ଭୀମସେନ ନିଜ ବାଡିରେ କୀଟନାଶକ ପକାଇଥିବା କାରଣରୁ ଲକ୍ଷ୍ମୀଧରଙ୍କ କୁକୁଡାଟି ମରିଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ କଳହ ହୋଇଥିଲା । ଘଟଣାର ସମାଧାନ କରିବା ପାଇଁ ଶୁକ୍ରବାର ଗ୍ରାମର ଦକ୍ଷିଣ ସାହିରେ ଏକ ଦ୍ବିପାକ୍ଷିକ ବୈଠକ ବସିଥିଲା ।

ତେବେ ଏହି ବୈଠକ ସମୟରେ ପୁଣି ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏହି ସଂଘର୍ଷରେ ଗ୍ରାମର ଜଣେ ଅଧିବାସୀ ଆନନ୍ଦ ନାଏକ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଆନନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details