କେନ୍ଦୁଝର: ବିଧିର ବିଧାନ କେ କରିବ ଆନ । ବର ସାଜି ଯାଇଥାନ୍ତେ କନ୍ୟା ଘରକୁ । ହେଲେ ବିଧିର ବିଧାନକୁ କିଏ ଅବା ଟାଳି ପାରିବ । ବାହାଘର ଦିନ ହିଁ ଶଶ୍ମାନ ଯାତ୍ରା କଲା ବର । ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଆ ଗାଁରେ ଦେଖିବାକୁ ମିଳିଛି ।
ବାହାବେଦୀ ବଦଳରେ ଶ୍ମଶାନ ଗଲା ବର
ବାହାଘର ଦିନ ହିଁ ଶଶ୍ମାନ ଯାତ୍ରା କଲା ବର । ଇଲେକ୍ଟ୍ରିକ ତାରରେ ହାଲୋଜେନ ସଂଯୋଗ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ବରର ମୃତ୍ୟୁ ହୋଇଛି ।
ଡିଜାଇନ ଫଟୋ
କେନ୍ଦୁଆ ଗାଁର ଲୋକନାଥ ମହାନ୍ତଙ୍କ ଆଜି ଥିଲା ବାହାଘର । ଆଜି ଭୋର ସମୟରେ ସେ ଟେଣ୍ଟରେ ଲାଗିଥିବା ବିଦ୍ୟୁତ ତାରରେ ହାଲୋଜେନ ସଂଯୋଗ କରୁଥିବା ସମୟରେ କରେଣ୍ଟ ଲାଗି ଚେତାଶୂନ୍ୟ ହୋଇ ପଡିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାହ୍କୁ ମୃତ ଘୋଷଣା କରିଛନ୍ତି । ଏପଟେ ଗାଁରେ ଶୋକର ଛାୟା ଖେଳିଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ