ଆନନ୍ଦପୁର:ଅପହଞ୍ଚ ଇଲାକାରେ ରହିଛି ଗାଁ । ଯୋଗାଯୋଗର ନାହିଁ କୌଣସି ବ୍ୟବସ୍ଥା । ପଞ୍ଚାୟତ ଓ ଗାଁ ମଝିରେ ରହିଛି ବୈତରଣୀ ନଦୀ । କୌଣସି କାର୍ଯ୍ୟ ପାଇଁ ହେଲେ ଗ୍ରାମବାସୀଙ୍କୁ ମାଇଲ ମାଇଲ ବାଟ ଦେଇ ଯିବାକୁ ପଡୁଛି । ସରକାରୀ ସ୍ତରରେ ଲୋକଙ୍କ ବିକାଶକୁ ଲକ୍ଷ୍ୟ କରି ଯୋଜନା ପରେ ଯୋଜନାର ବ୍ୟବସ୍ଥା କରାଯାଉଛି । ତେବେ ଏସବୁ ସରକାରୀ ଯୋଜନା ତୃଣମୂଳ ସ୍ତରରେ ଠିକ୍ କାର୍ଯ୍ୟକାରୀ ହେଉନି । ଏହିଭଳି ଏକ ଅବହେଳିତ ଗାଁ ହେଉଛି ଘସିପୁରା ବ୍ଲକ ବିରଗୋବିନ୍ଦପୁର ପଞ୍ଚାୟତର ଗୋହିରାବଣି ଗାଁ ।
ଗୋହିରାବଣି ପାଇଁ ସାତସପନ ସରକାରୀ ଯୋଜନା, ବଇରୀ ସାଜିଛି ବୈତରଣୀ - Govt scheme did not reach in Gohirabani village
ପଞ୍ଚାୟତ ଓ ଗାଁ ମଝିରେ ରହିଛି ବୈତରଣୀ ନଦୀ । କୌଣସି ବି କାମ ପାଇଁ ଗ୍ରାମବାସୀଙ୍କୁ ମାଇଲ ମାଇଲ ରାସ୍ତା ଯିବାକୁ ପଡୁଛି । ସରକାରୀସ୍ତରରେ ଲୋକମାନଙ୍କର ବିକାଶକୁ ଲକ୍ଷ୍ୟ କରି ଯୋଜନା ପରେ ଯୋଜନାର ବ୍ୟବସ୍ଥା କରାଯାଉଛି ହେଲେ ଆଜି ପର୍ଯ୍ୟନ୍ତ ଗୋହିରାବଣି ଗ୍ରାମବାସୀ ପାଖରେ ପହଞ୍ଚିନି ବିକାଶ । ଅଧିକ ପଢନ୍ତୁ...
ଗୋହିରାବଣି ଗାଁ ଲୋକଙ୍କ ପାଇଁ ସରକାରୀ ଯୋଜନା ପାଲଟିଛି ସାତସପନ
ସେହିପରି ଅନେକ ବିପିଏଲ ହିତାଧିକାରୀଙ୍କ ନାମ ରାଶନ୍ ତାଲିକାରୁ କଟାଯାଇଥିଲେ ମଧ୍ୟ ପୁନର୍ବାର ତାଲିକାଭୁକ୍ତ ହେବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଗୋହିରାବଣିର ସମସ୍ୟାକୁ ନେଇ ଆମେ ବିଡ଼ିଓଙ୍କୁ ଯୋଗା ଯୋଗ କରିଥିଲୁ ସେ କୌଣସି ପତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଗୋହିରାବଣି ଗାଁ ଲୋକଙ୍କ ପାଇଁ ସରକାରୀ ଯୋଜନା ସାତସପନ । ତେବେ ବୈତରଣୀ ବାଧାକୁ ଦୂର କରି କେବେ ପ୍ରଶାସନ ପହଞ୍ଚାଇବ ସହାୟତା ତାହା ସମୟ କହିବ ।
ଆନନ୍ଦପୁରୁର ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ