କେନ୍ଦୁଝର: ଖରୀଫ ଧାନ ସଂଗ୍ରହ ପାଇଁ ଗଡ଼ିଲା ସଚେତନତା ରଥ । ଖରୀଫ ଧାନ ବର୍ତ୍ତମାନ ଅମଳ ହୋଇସାରି ଥିବା ବେଳେ ଏହାକୁ ବିକ୍ରି କରିବା ପାଇଁ ଚାଷୀ ଏବେ ତରବର । ତେବେ ଏହି ଖରିଫ ଧାନ ସଂଗ୍ରହ କରିବା ପାଇଁ ସରକାର ନିଜ ସ୍ଥରରେ ଯୋଜନା ପ୍ରସ୍ତୁତ ଆରମ୍ଭ କରି ସାରିଛନ୍ତି । ଚାଷୀ ତାର ଅମଳ ଧାନ କେବଳ ଲ୍ୟାମ୍ପ ଓ ପ୍ୟାକ୍ସରେ ସରକାରୀ ଦରରେ ବିକ୍ରି କରିବା ପାଇଁ ସରକାର ଘୋଷଣା କରିଛନ୍ତି ।
ଖରିଫ ଧାନ ସଂଗ୍ରହ ପାଇଁ ଗଡ଼ିଲା ସଚେତନତା ରଥ - collect kharif paddy
ଖରିଫ ଧାନ ସଂଗ୍ରହ କରିବା ପାଇଁ ସରକାର ନିଜ ସ୍ଥରରେ ଯୋଜନା ପ୍ରସ୍ତୁତ ଆରମ୍ଭ କରି ସାରିଛନ୍ତି । ଚାଷୀ ତାର ଅମଳ ଧାନ କେବଳ ଲ୍ୟାମ୍ପ ଓ ପ୍ୟାକ୍ସରେ ସରକାରୀ ଦରରେ ବିକ୍ରି କରିବା ପାଇଁ ସରକାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
ଖରୀଫ ଧାନ ସଂଗ୍ରହ ପାଇଁ ଗଡ଼ିଲା ସଚେତନତା ରଥ
ଏପଟେ ଏଫଏକ୍ୟୁ ମାନର ଧାନ କ୍ରୟ କରିବା ପାଇଁ ସରକାର ଯୋଗାଣ ନିଗମ ମାଧ୍ୟମରେ ଯୋଜନା କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେ ଆଜି ଏହି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବହୁ ଜିଲ୍ଲା ସ୍ଥରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ରଥ ବିଭିନ୍ନ ଗ୍ରାମକୁ ଯାଇ ସଚେତନତା ସୃଷ୍ଟି କରିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମାହାପାତ୍ର, ଇଟିଭି ଭାରତ