ଓଡିଶା

odisha

ETV Bharat / state

ସ୍ବାଧୀନ ଦେଶର ପରାଧିନ ଗାଁ ‘ଘୁଟୁରୁ ମୁଣ୍ଡା ସାହି’

ଗାଁର ବିକାଶ ନେଇ ସରକାର ଦେଖାଇଛନ୍ତି ଅନେକ ସ୍ବପ୍ନ । ହେଲେ ସେହି ସ୍ବପ୍ନ ଏହି ଅଞ୍ଚଳବାସୀଙ୍କ ପାଇଁ ଏବେବି ସ୍ବପ୍ନ । ଏହି ଗାଁକୁ ଯିବା ପାଇଁ ନା ଅଛି ଭଲ ରାସ୍ତା ନା ଅଛି ଗାଁରେ ପିଇବା ପାଣି । ଏ ହେଉଛି ସଦର ବ୍ଲକ ଅନ୍ତର୍ଗତ ଘୁଟୁରୁ ମୁଣ୍ଡା ସାହିର ।

By

Published : Aug 26, 2019, 8:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଗାଁର ବିକାଶ ନେଇ ସରକାର ଦେଖାଇଛନ୍ତି ଅନେକ ସ୍ବପ୍ନ । ହେଲେ ସେହି ସ୍ବପ୍ନ ଏହି ଅଞ୍ଚଳବାସୀଙ୍କ ପାଇଁ ଏବେ ବି ସ୍ବପ୍ନ । ଏହି ଗାଁକୁ ଯିବା ପାଇଁ ନା ଅଛି ଭଲ ରାସ୍ତା ନା ଅଛି ଗାଁରେ ପିଇବା ପାଣି । ଏ ହେଉଛି ସଦର ବ୍ଲକ ଅନ୍ତର୍ଗତ ଘୁଟୁରୁ ମୁଣ୍ଡା ସାହିର । ଏହି ଗ୍ରାମଟି କେନ୍ଦୁଝର ଜିଲ୍ଲାଠାରୁ ମାତ୍ର 5 କିଲୋମିଟର ଦୂର । ହେଲେ ସ୍ବାଧୀନତାର 73 ବର୍ଷ ପରେ ବି ପରାଧିନ ହୋଇ ରହିଛି ଏହି ଗାଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଗାଁକୁ ଯିବାକୁ ହେଲେ ଅତିକ୍ରମ କରିବାକୁ କାଦୁଅ ପଚ ପଚ ରାସ୍ତା । ପିଇବା ପାଇଁ ପାଣି ଅପ୍ରାପ୍ୟ । ତେଣେ ଅଙ୍ଗନବାଡି ଘର ବି ଭଡା ଘରେ ଚାଲିଛି । ଯାହା ପାଖରେ ରହିଛି ଏକ ପୋଖରୀ । ପିଲାମାନେ ସେହି କାଦୁଅ ରାସ୍ତାରେ ଗଲେ କାଳେ ଗୋଡ ଖସି ପୋଖରୀରେ ପଡିବେ ବୋଲି ଭୟଭୀତ ବାପା ମା’ ।

ଏନେଇ ଗ୍ରାମବାସୀମାନେ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ ମିଳି ନାହିଁ କୌଣସି ସୁଫଳ । ତେବେ ଗାଁର ରାସ୍ତା ସମସ୍ୟାକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ ଯଥାଶୀଘ୍ର ବିଡିଓଙ୍କୁ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details