କେନ୍ଦୁଝର:କୋରୋନା ମହାମାରୀର ଦ୍ବିତୀୟ ଲହର ପରେ ବିଭିନ୍ନ ମଠ ମନ୍ଦିର, ଦେବସ୍ଥାନ ବନ୍ଦ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଥିଲା । ଆଉ କୋଭିଡ କଟକଣାରେ ସାମୟିକ କୋହଳ ପରେ ଅଗଷ୍ଟ ମାସରେ ସମସ୍ତ ଦେବାଳୟ ଖୋଲିବା ନେଇ ଏସଓପି ଜାରି କରିଛନ୍ତି ସରକାର ।
ଖୋଲିବ ଘଟଗାଁ ତାରିଣୀ ପୀଠ, ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସେହି ଅନୁସାରେ ଆଜି ଠାରୁ (ମଙ୍ଗଳବାର) ଖୋଲିଲା ଘଟଗାଁ ରାଣୀ ମାଁ ତାରିଣୀଙ୍କ ମନ୍ଦିର । ଭକ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ମାଁଙ୍କ ମନ୍ଦିରକୁ ଆସିପାରିବେ ଭକ୍ତ ।
ଗତକାଲି (ସୋମବାର) କେନ୍ଦୁଝର ଜିଲ୍ଲାପାଳ ମଙ୍ଗଳବାର ଠାରୁ ସମସ୍ତ ମନ୍ଦିର ଖୋଲିବା ନେଇ ନୂତନ ଗାଇଡ ଲାଇନ ଜାରି କରିଥିଲେ । ସେହି ଗାଇଡ ଲାଇନ ଆଧାରରେ ଆଜି (ମଙ୍ଗଳବାର) ଠାରୁ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଛି ।
ତେବେ ମନ୍ଦିର ପରିସରକୁ ପ୍ରବେଶ ପାଇଁ ସମସ୍ତ କରୋନା କଟକଣା ମାନି ଭକ୍ତଙ୍କ ଦର୍ଶନ କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମନ୍ଦିର ମଧ୍ୟରେ ନଡ଼ିଆ, ଦୀପ ଆଦିକୁ ବାରଣ କରାଯାଇଥିଲା ବେଳେ ବୟସ୍କ, ଛୋଟ ଛୁଆଙ୍କୁ ଦର୍ଶନ ନେଇ ବାରଣ କରାଯାଇଛି । ସମସ୍ତ କୋବିଡ଼ କଟକଣା ମଧ୍ୟରେ ସରକାର ଙ୍କ ନିୟମ ମାନି ମା'ଙ୍କ ଦର୍ଶନ ଭକ୍ତ ମାନେ କରି ପାରିବେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
କେନ୍ଦୁଝରରୁ ସନ୍ତାେଷ କୁମାର ମହାପାତ୍ର, ଇଟିଭି ଭାରତ