କେନ୍ଦୁଝର: ଆଉ ମାତ୍ର କେଇ ଘଣ୍ଟା ପରେ ଘରେ ଘରେ ବିରାଜିବେ ବିଘ୍ନ ବିନାଶକ । ଆରମ୍ଭ ହେବ ଗଣପତି ବାପାଙ୍କ ପୂଜାର୍ଚ୍ଚନା । ଏନେଇ ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ । ଏଥିରୁ ବାଦ ପଡିନି କେନ୍ଦୁଝର ବଜାର । ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ପ୍ରକ୍ରିୟା ।
କେନ୍ଦୁଝରରେ ଗଣପତିଙ୍କ ଆଗମନକୁ ଅପେକ୍ଷା
ରାତି ପାହିଲେ ଘରେ ଘରେ ବିରାଜିବେ ବିଘ୍ନ ବିନାଶକ । ଆରମ୍ଭ ହେବ ଗଣପତି ବାପାଙ୍କ ପୂଜାର୍ଚ୍ଚନା । ଏନେଇ ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ । ଏଥିରୁ ବାଦ ପଡିନି କେନ୍ଦୁଝର ବଜାର ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
ତେବେ ବଜାରରେ ବିଘ୍ନ ବିନାଶକଙ୍କ ମୂର୍ତ୍ତି କିଣିବାକୁ ଜମିଛି ଭିଡ । ବଜାରରେ ଭଳିକି ଭଳି ମୂର୍ତ୍ତି ବିକ୍ରି ହେଉଥିବା ବେଳେ ଲୋକମାନେ ନିଜ ପସନ୍ଦର ମୂର୍ତ୍ତି କିଣିଛନ୍ତି । ଏଥିସହ ପୂଜା ସାମଗ୍ରୀ ଦୋକାନରେ ମଧ୍ୟ ଭିଡ ଦେଖିବାକୁ ମିଳିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ