କେନ୍ଦୁଝର:ଆଜି ମହାନ ବିପ୍ଲବୀ ଧରଣୀଧର ନାଏକଙ୍କ ୧୫୮ତମ ଜନ୍ମ ଜୟନ୍ତୀ । ରାଜତନ୍ତ୍ରକୁ ବିରୋଧ କରି ଏହି ଭୂୟାଁ ସର୍ଦ୍ଦାର ବିପ୍ଳବ ଆରମ୍ଭ କରିଥିଲେ । ଏହି ବିପ୍ଳବ ପରେ ବ୍ରିଟିଶ ସରକାର ମଧ୍ୟ ଦୋହଲି ଯାଇଥିଲା । ଏହି ମହାନ ବିପ୍ଲବୀଙ୍କ ଜୟନ୍ତୀକୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି ।
କେନ୍ଦୁଝର ଜିଲ୍ଲାର ଭୂୟାଁ ସାଂସ୍କୃତିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ପାଳନ କରାଯାଇଛି । ଦୀର୍ଘ ୩ ବର୍ଷ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜୟନ୍ତୀକୁ ବେଶ ଧୁମଧାମରେ ପାଳନ କରାଯାଇଛି । ସକାଳୁ ସହରରେ ଥିବା ସ୍ବାଧୀନତା ସଂଗ୍ରାମୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ସ୍ଥାନୀୟ ସଂସ୍କୃତି ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।