କେନ୍ଦୁଝର: ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ତେଲକୋଇ ବନାଞ୍ଚଳର କଳାପାଟରେ ଦେଖିବାକୁ ମିଳିଥିଲା ଅଜବ ଘଟଣା । ଖୋଦ ଜଙ୍ଗଲ ସୁରକ୍ଷାକାରୀ ତେଲକୋଇ ଡେପୁଟି ରେଞ୍ଜର ଉକ୍ତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବେଆଇନ ଗଛକଟାକୁ ନେଇ ବନଖଣ୍ଡ ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ - illegal treecutting news in keonjhar
କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ତେଲକୋଇ ବନାଞ୍ଚଳର କଳାପାଟରେ ବେଆଇନ ଗଛକଟା ଘଟଣା ସାମନାକୁ ଆସିବା ପରେ ବନଖଣ୍ଡ ଅଧିକାରୀ ଏସସିଏଫଙ୍କ ଦ୍ଵାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବେଆଇନ ଗଛକଟାକୁ ନେଇ ବନଖଣ୍ଡ ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ
ଏହି ଗଛକଟା ଚାଲିଥିବାବେଳେ ସଦଳବଳେ ତେଲକୋଇ ରେଞ୍ଜର ଉକ୍ତ କାଠକୁ ଜବତ କରିଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବନ ବିଭାଗ ତତ୍ପର ହୋଇଛି । ସୋମବାର ଉକ୍ତ ଘଟଣାକୁ ନେଇ ଚେତିବା ସହ ବନଖଣ୍ଡ ଅଧିକାରୀ ଏସସିଏଫଙ୍କ ଦ୍ଵାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାଠ କଟାଳି କିମ୍ବା କର୍ମଚାରୀ ଯିଏ ବି ଦାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ
Last Updated : Nov 5, 2019, 8:14 AM IST