ଆନନ୍ଦପୁର: ପଣ୍ଡ ହେଲା ଚୋରା କାଠ କାରବାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଘଷିପୁରା ପୋଲିସ ଓ ଦେଓଗାଁ ବନ ବିଭାଗ ମିଳିତ ଚଢାଉ କରି ଚୋରା କାଠ ଜବତ କରିଛି ।
ଆନନ୍ଦପୁର ଉପଖଣ୍ଡରେ ଚୋରା କାଠ ଜବତ ସୂଚନାଅନୁସାରେ,ଅନେକ ସମୟ ଧରି ଚମ୍ପାପାଳ ଗାଁରେ ବେଆଇନ ଭାବରେ ଚୋରା କାଠ କାରବାର ଚାଲିଥିଲା । ଏହାର ଖବର ପାଇ ଘଷିପୁରା ପୋଲିସ ଓ ଦେଓଗାଁ ବନ ବିଭାଗ ଗୁରୁବାର ମିଳିତ ଚଢାଉ କରିଥିଲା । ମିଳିତ ଚଢାଉରେ ବନ ବିଭାଗକୁ ସଫଳ ହୋଇଛି ।
ଅଭିଯୁକ୍ତଙ୍କଠାରୁ ବହୁ ମୂଲ୍ୟର ଚୋରା କାଠ ଜବତ ହୋଇଛି । ଚଢାଉରେ ଆନନ୍ଦପୁର ଡିଏଫଓଙ୍କ ତତ୍ବାବଧାନରେ ଦେଓଗାଁ ରେଞ୍ଜର ,ଫରେଷ୍ଟର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଚଢଉରେ ଘଷିପୁରା ପୋଲିସ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲା। ଜବଦ କାଠ ଗୁଡିକୁ ଦେଓଗାଁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯିବାର ବ୍ୟବସ୍ଥା କରାଯାଉଛି।
ଆନନ୍ଦପରୁରୁ ସ୍ମୁତି ରଞ୍ଜନ ବିହାରୀ, ଇଟିଭି ଭାରତ