ଓଡିଶା

odisha

ETV Bharat / state

କେନ୍ଦୁଝରରେ ପହଞ୍ଚିଲା ‘ଉଇ ଦ ରୋଡ଼ କୁଇନ’ର ବାଇକ ରାଲି - କେନ୍ଦୁଝର

ମହିଳାଙ୍କୁ ସଚେତନ ପାଇଁ ଆଗକୁ ଆସିଛନ୍ତି ମହିଳା । ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯାତନା ବଢିବଢି ଚାଲିଛି । ସମାଜରେ ସଚେତନ କରାଇବା ପାଇଁ ‘ଉଇ ଦ ରୋଡ଼ କୁଇନ’ ଗ୍ରୁପ ବାଇକ ରାଲି ଆୟୋଜନ କରିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Mar 17, 2019, 9:54 PM IST

କେନ୍ଦୁଝର: ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯାତନା ବଢିବଢି ଚାଲିଛି । କେତେବେଳେ ଯୌନ ନିର୍ଯାତନା ତ ପୁଣି କେତେବେଳେ ପାରିବାରିକ ନିର୍ଯାତନା । ଆଉ ପୁଣି କେତେବେଳେ ଏକତରଫା ପ୍ରେମକୁ ନେଇ ଏସିଡ୍ ଆକ୍ରମଣର ଶିକାର ହେଉଛନ୍ତି ମହିଳା । ମହିଳାଙ୍କ ଉପରରେ ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ପ୍ରୟାସ ଆରମ୍ଭ କରିଛି ଭୁବନେଶ୍ବରର ଏକ ବାଇକର୍ସ ଗ୍ରୃପ୍ ।


‘ଉଇ ଦ ରୋଡ଼ କୁଇନ’ ନାମକ ଏକ ଗ୍ରୁପର 3 ମହିଳା ବାଇକ ରାଲି କରି ସଚେତନତା ସୃଷ୍ଟି କରୁଛନ୍ତି । ତେବେ ଏହି ବାଇକର୍ସ ଗ୍ରୁପ୍‌ ରବିବାର ଭୁବନେଶ୍ୱରରୁ ବାଇକ ରାଲିରେ ଆସି କେନ୍ଦୁଝରରେ ପହଞ୍ଚିଛନ୍ତି । କେନ୍ଦୁଝର ଥାନା ପରିସରରେ ଏହି ମହିଳାଙ୍କୁ ସ୍ବାଗତ କରାଯାଇଥିଲା । ପରେ ଏହି ଗ୍ରୁପ୍ ଦୋକାନ ଗୁଡିକରେ ଏସିଡ୍‌ ବିକ୍ରି ବନ୍ଦ ସହ ସାବାଳକଙ୍କୁ ପରିଚୟ ପ୍ରଦାନ ସଚେତନତା ବାର୍ତ୍ତା ନେଇ ସହର ମଧ୍ୟରେ ଶୋଭାଯାତ୍ରା କରିଥିଲେ । ଏହାପରେ ସାନଘାଗରା ଠାରେ ଏକ ସଚେତନ ସଭାର ଆୟୋଜନ କରାଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details