ଓଡିଶା

odisha

ETV Bharat / state

ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା

ଟ୍ରାନ୍ସପୋର୍ଟିଂ ଟଙ୍କା ବଣ୍ଟାକୁ ନେଇ ପୁଅର ହତ୍ୟାକାରୀ ସାଜିଲା ବାପା । ମୃତକ ଜଣକ ହେଲେ ନାରାୟଣ ମହାନ୍ତଙ୍କ ତୃତୀୟ ସ୍ତ୍ରୀର ପୁଅ ପିତାମ୍ବର ମହାନ୍ତ ।

By

Published : Sep 2, 2019, 1:09 AM IST

Updated : Sep 2, 2019, 2:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଟ୍ରାନ୍ସପୋର୍ଟିଂ ଟଙ୍କା ବଣ୍ଟାକୁ ନେଇ ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା । ଏପରି ଅଭାବନୀୟ ଘଟଣା ଘଟିଛି ବାମବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତର ବଳଭଦ୍ରପୁର ଗାଁରେ । ତେବେ ମୃତକ ହେଲେ ଅଭିଯୁକ୍ତ ନାରାୟଣ ମହାନ୍ତଙ୍କ ତୃତୀୟ ସ୍ତ୍ରୀର ପୁଅ ପିତାମ୍ବର ମହାନ୍ତ ।

ଖବରମୁତାବକ, ନାରାୟଣ ତାଙ୍କ 2ୟ ସ୍ତ୍ରୀର ପୁଅ ଗୌତମଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇ ଥିବା ସୂତ୍ରରୁ ଜଣାପଡିଛି । ହତ୍ୟାକାଣ୍ଡ ପରେ ନାରାୟଣ ଓ ଗୌତମ ଫେରାର ଅଛନ୍ତି । ତେବେ ବାମବେରୀ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Sep 2, 2019, 2:23 AM IST

ABOUT THE AUTHOR

...view details