ଓଡିଶା

odisha

By

Published : Jun 22, 2020, 9:25 AM IST

ETV Bharat / state

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଅସ୍ପଷ୍ଟ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ....

Fatal attack on journalist, hospitalized in critical condition
ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କେନ୍ଦୁଝର :ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କରଞ୍ଜିଆର। ସାମ୍ବାଦିକ ବିଦୁଭୂଷଣ ପତିଙ୍କୁ କିଛି ଦୁବୃର୍ତ୍ତ ବନ୍ଧୁକରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଚମ୍ପୁଆ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ ରବିବାର ରାତିରେ ବିଦୁଭୂଷଣ ଉର୍ତ୍ତୀ ଛକରୁ ସ୍କୁଟିରେ ସରେଇ ସ୍ଥିତ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଗାଁ ନିକଟ ଆମ୍ବତୋଟା ନିକଟରେ ୨ଜଣ ମୁଖାପିନ୍ଧା ଦୃବୃର୍ତ୍ତ ଏକ ବାଇକରେ ଆସି ବିଦୁଭୂଷଣଙ୍କୁ ବନ୍ଧୁକ ଦେଖାଇଥିଲେ । ଏପରିକି, ସେହି ବନ୍ଧୁକରେ ତାଙ୍କୁ ମାଡ ମାରିଥିଲେ । ଫଳରେ ତାଙ୍କର ହାତର ଗୋଟିଏ ଆଙ୍ଗୁଳି ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଚମ୍ପୁଆ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details