ଓଡିଶା

odisha

ETV Bharat / state

ଚମ୍ପୁଆରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ - ହାତୀ

ଗାଁ ମୁହାଁ ଗଜରାଜ । ଜଙ୍ଗଲ ଛାଡ଼ି ଜନବସତିରେ କରୁଛନ୍ତି ଉପଦ୍ରବ । ବ୍ୟାପକ ଫସଲ ସହ ବାସଗୃହ ଭାଙ୍ଗି ପକାଇଛନ୍ତି । ଫଳରେ ବେସାହାରା ସାଜିଛନ୍ତି ଗରିବ ଚାଷୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

By

Published : Jul 10, 2019, 12:22 PM IST

କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ହାତୀ ପଲଙ୍କ ଉପଦ୍ରବ । ଏହି ହାତୀପଲ ଦୁଇଟି ତିନୋଟି ଭାଙ୍ଗି ଦେଇଛନ୍ତି । ଫଳରେ ଆତଙ୍କିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ ।

ଏହି ପଲରେ ସମୁଦାୟ 23 ଜଣ ହାତୀ ଥିବା ଜଣାପଡ଼ିଛି । ପ୍ରତ୍ୟେକ ଦିନ ଏମାନେ କିଛି ନା କିଛି ଧନ ସମ୍ପତ୍ତି ନଷ୍ଟ କରୁଥିବା ଅଭିଯୋଗ ହେଉଛି । ଚାଷୀର ଭାତ ହାଣ୍ଡି ସାଜିଥିବା କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ତ, ପୁଣି କାହାର ମୁଣ୍ଡ ଗୁଞ୍ଜିବାକୁ ଥିବା ଘର ଖଣ୍ଡିକକୁ ବି ଭାଙ୍ଗି ପକାଇଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦୁଝର

ଗତକାଲି ରାତିରେ ଚମ୍ପୁଆ ରେଞ୍ଜ ଅଂଚଳର ଚମକପୁର ଓ ଝରଣ ଗ୍ରାମରେ ପଶି ତିନୋଟି ଘର ଭାଙ୍ଗି ଦେଇଛନ୍ତି । ଏହାସହ ଘରେ ଥିବା ଚାଉଳ ଓ ଚାଷ ହୋଇଥିବା ବ୍ୟାପକ କଦଳୀ ଗଛକୁ ଭାଙ୍ଗି ପକାଇଛନ୍ତି । ବନ ବିଭାଗ ହାତୀ ଗୁଡିକୁ ଘଉଡାଇବାକୁ ଚେଷ୍ଟା ଚଳାଇଥିବାବେଳେ କ୍ଷୟକ୍ଷତି ହୋଇଥିବା ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details