ଓଡିଶା

odisha

ETV Bharat / state

ରେଳ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ରେଳ ବିଭାଗ ଓ ବନ ବିଭାଗର ସମନ୍ୱୟ ବୈଠକ - ରେଳ ବିଭାଗ ଓ ବନ ବିଭାଗର ସମନ୍ୱୟ ବୈଠକ

କେନ୍ଦୁଝର ଡିଏଫଓଙ୍କ କାର୍ଯ୍ୟାଳୟ ଠାରେ ହାତୀ ସୁରକ୍ଷା ନେଇ ରେଳ ବିଭାଗ ଏବଂ ବନ ବିଭାଗର ସମନ୍ୱୟ ବୈଠକ । ଅଧିକ ପଢ଼ନ୍ତୁ

ରେଳ ଧକ୍କାରେ  ହାତୀ ମୃତ୍ୟୁ ଘଟଣା, ରେଳ ବିଭାଗ ଓ ବନ ବିଭାଗର ସମନ୍ୱୟ ବୈଠକ
ରେଳ ଧକ୍କାରେ ହାତୀ ମୃତ୍ୟୁ ଘଟଣା, ରେଳ ବିଭାଗ ଓ ବନ ବିଭାଗର ସମନ୍ୱୟ ବୈଠକ

By

Published : May 24, 2022, 9:30 PM IST

କେନ୍ଦୁଝର: କେନ୍ଦୁଝର ଡିଏଫଓଙ୍କ କାର୍ଯ୍ୟାଳୟ ଠାରେ ହାତୀ ସୁରକ୍ଷା ନେଇ ରେଳ ବିଭାଗ ଏବଂ ବନ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି ଅଧ୍ୟକ୍ଷତା କରିଛନ୍ତି । ସମନ୍ୱୟ ବୈଠକରେ ରେଳ ଦୁର୍ଘଟଣାରୁ ହାତୀଙ୍କ ଜୀବନ ରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ମୁଖ୍ୟତଃ ହାତୀ ଚଲାପଥରେ ଅଣ୍ଡରପାସ୍ ଓ ଓଭରପାସ୍ ନିର୍ମାଣ, ଡାଙ୍ଗୁଆପଶି ଜଙ୍କସନ୍ରେ କଟ୍ରୋଲ ରୁମ, ମିଳିତ ପେଟ୍ରୋଲିଂ ଓ ବନ ବିଭାଗ ନାଲି ପତାକା ଓ ଅତ୍ୟାଧୁନିକ ଟର୍ଚ୍ଚ ବ୍ୟବହାର କରିବା ଆଦି ୧୪ଟି ଦିଗ ଉପରେ ଆଲୋଚନା ହୋଇଥିଲା ।

ରେଳ ଧକ୍କାରେ ହାତୀ ମୃତ୍ୟୁ ଘଟଣା, ରେଳ ବିଭାଗ ଓ ବନ ବିଭାଗର ସମନ୍ୱୟ ବୈଠକ

ଉଭୟ ବିଭାଗର ସମନ୍ୱୟ ଆଧାରରେ କାମକଲେ ଅଗାମୀ ଦିନରେ ହାତୀଙ୍କର ସୁରକ୍ଷା ହୋଇପାରିବ ବୋଲି ଏଥିରେ ଉଭୟ ବିଭାଗ ସ୍ୱୀକାର କରିଛନ୍ତି । ଗତ ୧୯ ତାରିଖ ସନ୍ଧ୍ୟାରେ ବଂଶପାଣି ବେହେରା ହାଟିଙ୍ଗ ନିକଟରେ ଟ୍ରେନ ଧକ୍କାରେ ୩ ହାତୀ ମୃତ୍ୟୁ ସମ୍ପର୍କରେ ବୈଠକରେ ପର୍ଯ୍ୟାଲୋଚନା କରାଯାଇଥିଲା। ବିଶେଷ କରି କେଉଁ କାରଣରୁ ଟ୍ରେନ ଦୁର୍ଘଟଣାରେ ହାତୀ ମାନଙ୍କର ଜୀବନ ଯାଉଛି ଏବଂ କିପରି ଏହି ସମାସ୍ୟାର ସମାଧାନ ହେବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକରେ ପୂର୍ବତଟ ରେଳ ମଣ୍ଡଳ ଖୋର୍ଦ୍ଧାର ସିନିଅର ଡିଭିଜନାଲ ଅପରେସନାଲ ମ୍ୟାନେଜର, ଉତ୍ତର ପୂର୍ବ ରେଳ ମଣ୍ଡଳ ଚକ୍ରଧରପୁରର ସିନିଅର ଡିଭିଜନାଲ ମ୍ୟାନେଜର, ଖୋର୍ଦ୍ଧା ମଣ୍ଡଳ କେନ୍ଦୁଝରର ସହକାରୀ ଡିଭିଜନାଲ ମ୍ୟାନେଜର, ସହକାରୀ ଅପରେଶନାଲ ମ୍ୟାନେଜର, ଷ୍ଟେସନ ସୁପରିଟେଣ୍ଡେଣ୍ଟ, ସହକାରୀ ଅପରେସନାଲ ମ୍ୟାନେଜର ଚକ୍ରଧରପୁର ମଣ୍ଡଳ, ସହକାରୀ ଡିଭିଜନାଲ ଇଞ୍ଜିନିୟର ଡାଙ୍ଗୁଆପଶି ଏବଂ ଉଭୟ ମଣ୍ଡଳର ଡିଟିଆଇ ଆଦି ଉପସ୍ଥିତ ଥିଲେ । କେନ୍ଦୁଝର ଅତିରିକ୍ତ ବନ ସଂରକ୍ଷକ , ଚମ୍ପୁଆ, ବଡ଼ବିଲ, ଘଟଗାଁ ଏବଂ କେନ୍ଦୁଝର ବନାଞ୍ଚଳ ଅଧିକାରୀ ବୈଠକରେ ଉପସ୍ଥିତ ଥଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details