ଓଡିଶା

odisha

ETV Bharat / state

ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଜମିରଡ଼ିହି ଗ୍ରାମବାସୀ - face

ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ପଞ୍ଚାୟତର ଜମିରଡ଼ିହି ଗ୍ରାମରେ ବିଜୁଳି ନଥିବାବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଘରକୁ ବିଲ୍ ଆସୁଛି । ତେଣୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

By

Published : Jun 27, 2019, 2:39 PM IST

କେନ୍ଦୁଝର: ସରକାର ଗାଁ ଗାଁକୁ ମାଗଣାରେ ବିଜୁଳି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଦୁର୍ଗମ ଅଞ୍ଚଳ ହେଉ ବା ମାଳ ଅଞ୍ଚଳ ସବୁଠି ବିଜୁଳି ପହଞ୍ଚାଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ କେଉଁଠି ବିଜୁଳି ପହଞ୍ଚାଇବା ନେଇ ଲୋକେ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ହେଉଛି ତ କେଉଁଠି ବିଜୁଳି ପହଞ୍ଚି ବିଜୁଳି ନ ଜାଳି ମଧ୍ୟ ବିଲ ଦେଉଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର


ଏଭଳି ଏକ ଗାଁ ହେଉଛି ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ପଞ୍ଚାୟତର ଜମିରଡ଼ିହି ଗ୍ରାମ । ବଣ ଜଙ୍ଗଲ ଘେରା ଏହି ଦୁର୍ଗମ ଗ୍ରାମକୁ ସରକାରଙ୍କ ନିଶୁକ୍ଳ ବିଜୁଳି ଯୋଜନାରେ ସାମିଲ ହୋଇଛି । ସବୁ ଘରକୁ ବିଜୁଳି ଯୋଗାଇ ମଧ୍ୟ ଦିଆଯାଇଛି । କିନ୍ତୁ ବିଜୁଳି ଆସିବାର କିଛି ମାସ ପରେ ଏବେ ସମୂର୍ଣ୍ଣ ବିଜୁଳି କାଟ କରିଦିଆଯାଇଛି ।


ତେବେ ଗ୍ରାମଟି ହାତୀ ଉପଦ୍ରବ ଅଞ୍ଚଳ ମଧ୍ୟରେ ଆସୁଥିବାରୁ ରାତିରେ ହାତୀ ପଶିବାର ମଧ୍ୟଭୟ ରହୁଛି । ବନ ବିଭାଗ ଦେଇଥିବା ଟ୍ରର୍ଟ୍ଟ ମଧ୍ୟ ଚାର୍ଜ ହୋଇପାରୁ ନଥିବାରୁ କିଛି ଲାଭ ହୋଇପାରୁନାହିଁ ।


ଏପଟେ ବିଜୁଳି ସଂଯୋଗ ନଥିବା ସତ୍ତ୍ବେ ସମସ୍ତ ଘରକୁ ବିଲ ପଠାଉଛି ବିଜୁଳି ବିଭାଗ । କାହାର 500 ଶହ ତ ଆଉ କାହାର 5000 ହଜାରର ବିଲ୍ ଆସୁଛି । ତେଣୁ ବିଜୁଳି ନ ଜାଳି ଏତେ ଟଙ୍କାର ବିଲ କଣ ପାଇଁ ଦେବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।


ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ବିଲ୍ ବିଷୟରେ ଜାଣିନଥିବା ପ୍ରକାଶ କରିଥିଲେ । ଏଥିସହ ଗ୍ରାମକୁ କଣ ପାଇଁ ବିଜୁଳି କଟାଯାଇଛି ଏବଂ କର୍ମଚାରୀ ଯାଉନଥିବା ସେ ନେଇ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି ।

କେନ୍ଦୁଝର​​​​​​​ରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details