ଓଡିଶା

odisha

ETV Bharat / state

ମିଳିଲାନି ଟିକେଟ୍, ଭଙ୍ଗାରୁଜା କଲେ ସମର୍ଥକ

ଗୁଣପୁର ଓ ବଲାଙ୍ଗୀର ପରେ କେନ୍ଦୁଝରରେ ମଧ୍ୟ ଟିକେଟ୍‌କୁ ବିଜେପିରେ ବିଦ୍ରୋହ ମୁଣ୍ଡ ଟେକିଛି । ଟିକେଟ୍‌ ନ ପାଇ କର୍ମୀମାନେ ବିଜେପି କାର୍ଯ୍ୟାଳୟ ତାଲା ବନ୍ଦ ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

By

Published : Mar 24, 2019, 7:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଟିକେଟ୍‌କୁ ନେଇ ବିଜେପିରେ ବିଦ୍ରୋହ । ଗୁଣପୁର ଓ ବଲାଙ୍ଗୀର ପରେ କେନ୍ଦୁଝରରେ ମଧ୍ୟରେ ବିଜେପିର ଟିକେଟ୍‌ ବଣ୍ଟନକୁ ନେଇ ବିଦ୍ରୋହ ଦେଖାଦେଇଛି । ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍‌ ନ ମିଳିବାରୁ ଶତାଧିକ ବିଜେପି କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ଦଳ ଭବାନୀ ଶଙ୍କର ନାୟକଙ୍କୁ ଟିକେଟ୍‌ ଦେଇଛି । ଯାହାକୁ ବିରୋଧ କରିଛନ୍ତି ବିଜେପିର କିଛି କର୍ମୀ । ପାଟଣାର ପ୍ରାର୍ଥୀ ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷା କିରଣ ବାଳା ନାଏକ ଦାବିଦାର ଥିବା ବେଳେ କେଉଁ ଆଧାରରେ ଭବାନୀ ଶଙ୍କରଙ୍କୁ ଟିକେଟ୍‌ ଦିଆଗଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି କର୍ମୀ । ନେତା ଓ ଜିଲ୍ଲା ପ୍ରଭାରୀ ମିଶି ଟିକେଟ୍ ବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗ କରିଛନ୍ତି ସେମାନେ ।

ଏହାକୁ ନେଇ କିରଣ ବାଳାଙ୍କ ସମର୍ଥିତ କିଛି କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ସହ ତାଲା ପକାଇ ବିକ୍ଷୋଭ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details