ଓଡିଶା

odisha

ETV Bharat / state

ରାତି ପାହିଲେ ଭୋଟ ଗଣନା, କେନ୍ଦୁଝରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଭୋଟ ଗଣନା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ନିରପେକ୍ଷ ଭୋଟ ଗଣନା ପାଇଁ କେନ୍ଦ୍ର ଗୁଡିକୁ ମୋବାଇଲ ଫୋନ ମନା କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : May 22, 2019, 6:14 PM IST

କେନ୍ଦୁଝର: ଗଣତନ୍ତ୍ରର ମହାପର୍ବ ସୁରୁଖୁରୁରେ ସରିଥିବାବେଳେ ଆସନ୍ତାକାଲି ହେବ ଭୋଟ ଗଣନା । ତେବେ ଏନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ନିରପେକ୍ଷ ଭୋଟ ଗଣନା ପାଇଁ କେନ୍ଦ୍ର ଗୁଡିକୁ ମୋବାଇଲ ଫୋନ ମନା କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଠାକରେ ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର ଓ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ କେନ୍ଦୁଝରର ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟରେ ଭୋଟ ଗଣନା ହେବାକୁ ଥିବାବେଳେ ଆନନ୍ଦପୁର ଓ ଘସିପୁରା ନିର୍ବାଚନି ମଣ୍ଡଳୀ ପାଇଁ ଶାଳପଡାର କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ଏବଂ ଚମ୍ପୁଆର ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଚମ୍ପୁଆ ଓ ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣନା ହେବ ବୋଲି ସୂଚନା ଦିଆଯାଇଛି ।

ସେହିପରି ଭୋଟ ଗଣନା ପାଇଁ ତେଲକୋଇ, କେନ୍ଦୁଝର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ୧୦୦, ଚମ୍ପୁଆ ପାଇଁ ୧୧୫, ପାଟଣା ପାଇଁ ୧୦୩, ଆନନ୍ଦପୁର ଓ ଘଷିପୁରା ପାଇଁ ୭୩ ଜଣ କର୍ମଚାରୀ ନିୟୋଜିତ ହେବେ । ତେଲକୋଇ, ପାଟଣା ଓ କେନ୍ଦୁଝର ପାଇଁ ୨୦ଟି ଲେଖାଏଁ ଟେବୁଲ, ଚମ୍ପୁଆ ପାଇଁ ୨୪, ଆନନ୍ଦପୁର ଓ ଘସିପୁରା ପାଇଁ ୧୪ଟି ଟେବୁଲରେ ଭୋଟ ଗଣନା ହେବ ବୋଲି ସୂଚନା ଦିଆଯାଇଛି।

ସେପଟେ ଭୋଟ ଗଣନା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ଘଷିପୁରା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details