ଆନନ୍ଦପୁର: ଗତ 2017 ମସିହା ଅଗଷ୍ଟ 27ରେ ନନ୍ଦିନୀ ଜେନା ହତ୍ୟାକାଣ୍ଡ ଘଟଣା ସାଧାରଣରେ ପାଲଟିଥିଲା ଚର୍ଚ୍ଚାର ବିଷୟ । ଯାହାର ଶୁଣାଣି ଗୁରୁବାର ଦିନ ହେବା ପରେ ଅଭିଯୁକ୍ତ ସାନ ଭଉଣୀକୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏନେଇ ରାୟ ଶୁଣାଇବା ସହ 10 ହଜାର ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି । ତେବେ ରାୟ ଶୁଣାଣି ପରେ ଦୋଷୀ ସାବ୍ୟସ୍ତ ସାନ ଭଉଣୀକୁ ଜେଲ ପଠାଇ ଦିଆଯାଇଛି ।
ସୂଚନା ମୁତାବକ ବଡ ଭଉଣୀ ନନ୍ଦିନୀ ଜେନା ଓ ଭିଣୋଇ ରତ୍ନାକର ଜେନାଙ୍କ ସହ ରହୁଥିଲା ସାନ ଭଉଣୀ ଝୁନୁରାଣୀ ଦାସ । ବଡ ଭଉଣୀ ପାଖରେ ରହଣୀ ମଧ୍ୟରେ ଭିଣୋଇ ରତ୍ନାକର ସହ ଝୁନୁରାଣୀର ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ । ଏନେଇ ଭିଣୋଇ ପ୍ରେମରେ ଅନ୍ଧ ଝୁନୁରାଣୀ ନିଜ ଭଉଣୀର ତଣ୍ଟି ଚିପି ହତ୍ୟା କରିଥିଲା । ପରେ ପେଟ କାଟୁଛି କହି ନନ୍ଦିନୀକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।