କେନ୍ଦୁଝର: ଶୁଦ୍ଧିକ୍ରିୟା ବେଳେ ଅଘଟଣ । ଜମି ବାଡି ବିବାଦରୁ ସାନ ଭାଇ ଓ ଭାଇ ବୋହୂକୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେନ୍ଦୁଆ ଗ୍ରାମରେ । ଗୁରୁତର ଅବସ୍ଥାରେ ଦୁହିଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଭାଇ ହେଲା ଭଗାରୀ: ସମ୍ପତ୍ତି ପାଇଁ କଲା ମରଣାନ୍ତକ ଆକ୍ରମଣ
ଜମି ବାଡି ବିବାଦରୁ ସାନ ଭାଇ ଓ ଭାଇ ବୋହୂକୁ ମରଣାନ୍ତକ ଆକ୍ରମଣ କଲେ ଦୁଇ ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କେନ୍ଦୁଆ ଗ୍ରାମରେ । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ
ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମର କଷ୍ଟିଆ ପାତ୍ରଙ୍କ ତିନୋଟି ପୁଅ କୁଳମଣି,ଉମାକାନ୍ତ ଓ ଅମର ରହିଛନ୍ତି । ସାନଭାଇ ଅମରକୁ ଦୁଇ ବଡ଼ଭାଇ ଜମିବାଡିରୁ କୌଣସି ଭାଗ ଦେଉନାହାଁନ୍ତି । ତେଣୁ ଅମର ତାଙ୍କର ସ୍ତ୍ରୀଙ୍କୁ ନେଇ ଅନ୍ୟତ୍ର ରହୁଥିଲେ । ତେବେ ବଡବାପାଙ୍କ ମୃତ୍ୟୁ ଯୋଗୁଁ ଭାଇମାନେ ସାନ ଭାଇ ଅମରକୁ ଶୁଦ୍ଧିକ୍ରିୟା ପାଇଁ ଡାକିଥିଲେ । ଗତକାଲି ଜମି ବିବାଦକୁ ନେଇ ତାଙ୍କୁ ଦୁଇଭାଇ ଧମକାଇ ଥିବାବେଳେ ଆଜି ଠେଙ୍ଗା ଓ ଲୁହାରଡ ଧରି ଆକ୍ରମଣ କରିଥିଲେ । ଏହି ସମୟରେ ସ୍ତ୍ରୀ ଛଡାଇବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇ ଲହୁ ଲୁହାଣ ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୋଲିସ ।
ଇଟିଭି ଭାରତ, କେନ୍ଦୁଝର