କେନ୍ଦୁଝର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 6 ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ବଡ଼ ପଳାଶପାଳ ପଞ୍ଚାୟତ ଗର୍ଗଡ଼ବାହାଳ ଗ୍ରାମରେ । ତେବେ ସମସ୍ତ ୬ ଜଣ ଗୁରୁତରଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସୋମବାର ଦୁଇ ଜଣ ବୃଦ୍ଧା ବେହେରା ମୁଣ୍ଡା ଏବଂ ବୁଧୁନୀ ମୁଣ୍ଡା ଜଙ୍ଗଲକୁ ଯାଇ ବିଷାକ୍ତ ଛତୁ ଆଣିଥିଲେ । ଏହାପରେ ରୋଷେଇ କରି ଶାଶୁ, ଶ୍ବଶୁର, ଦୁଇ ବୋହୂ ଏବଂ ଦୁଇ ନାତୁଣୀ ମିଶି ଏକାଠି ଭାତ ସହ ଛତୁ ଖାଇଥିଲେ ।