ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ଭୁଷୁଡିଲା ପୋଲ - ଗ୍ରାମ୍ୟ ଉନ୍ନୟନ ବିଭାଗ

ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁରରେ ସରେଇଁ ଏବଂ ଜାତୀୟ ରାଜପଥ ୨୦ କୁ ସଂଯୋଗ କରୁଥିବା ଫାପୁଡିଆ ପୋଲ ଭାଙ୍ଗି ଯାଇଛି । ଫଳରେ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖୁବଶୀଘ୍ର ଏକ ନୂତନ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର

By

Published : Sep 8, 2019, 7:05 PM IST

ଆନନ୍ଦପୁର : ରାଜ୍ୟରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ପୋଲ ଭୁଷୁଡିଛି । ଲଗାଣ ବର୍ଷାରେ ଗତକାଲି ରାତି ସରେଇଁ ଏବଂ ଜାତୀୟ ରାଜପଥ ୨୦ କୁ ସଂଯୋଗ କରୁଥିବା ଫାପୁଡିଆ ପୋଲ ଭାଙ୍ଗି ଯାଇଛି । ଯାହା ଫଳରେ ଆନନ୍ଦପୁର ଓ ସରେଇଁ କୁ ଯୋଗାଯଗ ବିଚ୍ଛିନ୍ନ ହୋଇଛି । ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ସ ରୂପେ ବନ୍ଦ ହୋଇଯାଇଛି ।

ପ୍ରତିଦିନ ସ୍କୁଲ, କଲେଜ ର ଛାତ୍ର ଛାତ୍ରୀ ଙ୍କ ସହ ବହୁତ ଲୋକ ଏହି ଫାପୁଡିଆ ପୋଲ ଦେଇ ଯାତାୟତ କରିଥାନ୍ତି । ଏହି ପୋଲ ଟି ଦୀର୍ଘ ବର୍ଷ ହେଲା ବିପଦପୂର୍ଣ୍ଣ ଅବସ୍ଥାରେ ଥିଲା । ଏହି ପୋଲ ଉପରେ ଆଖପାଖର 15 ରୁ 20 ଖଣ୍ଡ ଗ୍ରାମର ଲୋକ ନିର୍ଭରଶୀଳ ।

ଏଥିନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଫଳରେ ଗତବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପାଖାପାଖି ୨ ଲକ୍ଷ ଟଙ୍କା ବ୍ୟୟରେ ମରାମତି କାର୍ଯ୍ୟ କରାଯାଇଥିଲା । ଶୁକ୍ରବାର ରାତିରେ ଲଗାଣ ବର୍ଷା ଯୋଗୁଁ ପୋଲ ଟି ସମ୍ପୂର୍ଣ୍ସ ରୂପେ ଭାଙ୍ଗି ଯାଇଛି । ତୁରନ୍ତ ଏକ ନୂତନ ପୋଲ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


ଆନନ୍ଦପୁର ରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details