ଓଡିଶା

odisha

ETV Bharat / state

ମେଡିକାଲରେ ତାଲା, ଘରକୁ ଫେରିଲେ ରୋଗୀ - problem

କେନ୍ଦୁଝର ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କରୁଣ ଦୃଶ୍ୟ । ଦିନ 10ଟାରେ ମୋଡିକାଲରେ ତାଲା ପଡିଥିବା ହେତୁ ଚିକିତ୍ସା କରି ନପାରି ଘରକୁ ଫେରିଛନ୍ତି ଲୋକେ । ସେପଟେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ନୂତନ ଡାକ୍ତର ନିଯୁକ୍ତି ପାଇଁ ଦାବି ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jun 9, 2019, 3:32 PM IST

Updated : Jun 9, 2019, 7:18 PM IST

କେନ୍ଦୁଝର: ଦିନ 10ଟାରେ ମେଡିକାଲରେ ପଡିଛି ତାଲା । ଫଳରେ ଦୂରଦୂରାନ୍ତରରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ରୋଗୀ ଚିକିତ୍ସା କରି ନପାରି ଘରକୁ ଫେରିଛନ୍ତି । ଏ ହେଉଛି କେନ୍ଦୁଝର ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଦୃଶ୍ୟ । ଏହି ଘଟଣା ସମ୍ପର୍କରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ଡାକ୍ତରୀ ପଦବୀ ଖାଲି ପଡିବା ସହ ଦାୟିତ୍ୱରେ ଥିବା ଫାର୍ମାସିଷ୍ଟ ଏବଂ ଆୟୁଷ ଡାକ୍ତର ଏଚଆରଏମ୍ ଏସର ଡାଟା ଏଣ୍ଟ୍ରି ପାଇଁ ସମସ୍ତ କର୍ମଚାରୀ ପାଟଣା ଯାଇଥିବାରୁ ଏପରି ପରିସ୍ଥିତି ହୋଇଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସରକାର ଗାଁ ଠାରୁ ସହର ହେଉ ଅବା ଦିଲ୍ଲୀଠାରୁ ପଲ୍ଲୀ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ମେଡିକାଲକୁ ରୋଗୀ ଆସି ଘରକୁ ଫେରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥନୀୟ ବାସିନ୍ଦା । ଘଟଣାର ତଦନ୍ତ କରି କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ନୂତନ ଡାକ୍ତର ନିଯୁକ୍ତି ପାଇଁ ଦାବି ହୋଇଥିବା ଜଣାପଡିଛି ।


କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jun 9, 2019, 7:18 PM IST

For All Latest Updates

ABOUT THE AUTHOR

...view details