ଓଡିଶା

odisha

By

Published : Feb 20, 2021, 2:58 PM IST

ETV Bharat / state

ପାଣି ପାଇଁ ଡହଳବିକଳ ପଚାଶ ପରିବାର, ଭରସା ଚୁଆ ପାଣି

ରାତି ପାହିଲେ ଏଠି ଘାରେ ପାଣି ଚିନ୍ତା । ମାଇଲ ମାଇଲ ବାଟ ଚାଲିଲେ ଯାଇ ମିଳେ ଚୁଆ ପାଣି । ତେବେ ଦୀପ ତଳ ଅନ୍ଧାର ପରି କେନ୍ଦୁଝର ସଦର ମହକୁମା ଠୁ ମାତ୍ର 7 କିଲୋମିଟର ଦୂରରେ ଅବସ୍ଥିତ ଗୁହାଳଚାଟୁଆ ଗାଁର ବନ୍ଧବସ୍ତି ବାସିନ୍ଦା ଏବେ ପାଣି ଟୋପାଏ ପାଇଁ ନିଇତି ଡହଳ ବିକଳ ହେଉଛନ୍ତି । ଅଧିକ ପଢନ୍ତୁ...

ବନ୍ଧସାହି ଲୋକଙ୍କ ଭରସା ଚୁଆ ପାଣି
ବନ୍ଧସାହି ଲୋକଙ୍କ ଭରସା ଚୁଆ ପାଣି

କେନ୍ଦୁଝର: ରାତି ପାହିଲେ ଏଠି ଘାରେ ପାଣି ଚିନ୍ତା । ସକାଳେ ହେଲେ ପାଣି ମୁନ୍ଦାଏ ପାଇଁ ଗରା, ମାଠିଆ ଧରି ବାହାରି ପଡନ୍ତି ମହିଳା । ମାଇଲ ମାଇଲ ବାଟ ଚାଲିଲେ ମିଳେ ଚୁଆ ପାଣି । କେନ୍ଦୁଝର ସଦର ମହକୁମା ଠୁ ମାତ୍ର 7 କିଲୋମିଟର ଦୂରରେ ଅବସ୍ଥିତ ଗୁହାଳଚାଟୁଆ ଗାଁର ବନ୍ଧ ସାହି । ଦୀପ ତଳ ଅନ୍ଧାର ପରି ଏଠାକାର ଲୋକେ ପାଣି ଟୋପାଏ ପାଇଁ ନିଇତି ହେଉଛନ୍ତି ଡହଳ ବିକଳ । କେବଳ ମଣିଷ ନୁହେଁ, ପଶୁପକ୍ଷୀ ମଧ୍ୟ ଏହି ଚୁଆ ଉପରେ ନିର୍ଭରଶୀଳ । ଏ ଦୃଶ୍ୟ ଦେଖିଲେ ମନେହୁଏ, ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ସରକାରଙ୍କର ସବୁ ପ୍ରକଳ୍ପ ଯେମିତି ଏଠି ଫେଲ୍ ମାରିଛି ।

ବନ୍ଧସାହି ଲୋକଙ୍କ ଭରସା ଚୁଆ ପାଣି

ଗୁହାଳଚାଟୁଆ ଗାଁର ବନ୍ଧ ସାହି । ଯେଉଁଠି ବସବାସ କରନ୍ତି ପ୍ରାୟ 50 ଟି ପରିବାର । କିଏ ମୂଳ ଲାଗି ଚାଲେ ତା କିଏ ବାଡି ବଗିଚା କରି ଚଳେ । ସରକାର ସ୍ଵଜଳଧର ଯୋଜନା ଆରମ୍ଭ କରିଛନ୍ତି ସତ, ହେଲେ ଏସବୁ ଯୋଜନା ଏମାନଙ୍କ ପାଇଁ ଯେପରି ପାଲଟିଛି ସାତ ସପନ। ପିଇବା ପାଣି ପାଇଁ ଏମାନଙ୍କୁ ଯିବାକୁ ପଡ଼େ ପ୍ରାୟ 1 କିଲୋମିଟର । ଭୋଟ ଆସିଲେ ନେତାଙ୍କ ସୁଅ ଛୁଟେ । ହେଲେ ଭୋଟ ସରିଲା ପରେ କୋଉ ସରପଞ୍ଚ କି ପ୍ରଶାସନିକ ଅଧିକାରୀଙ୍କ ଏଠାରେ ପାଦ ପଡେନି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଏଠାକାର ବାସିନ୍ଦା ।

ଏପଟେ ଗ୍ରାମ ନିକଟରେ ବହୁ କ୍ରସର, ଚାଉଳ ମିଲ ଆଦି ଗଢି ଉଠିଛି । କିନ୍ତୁ ଉକ୍ତ ସାହି ଲୋକଙ୍କୁ ସ୍ୱଚ୍ଛ ପିଇବା ପାଣି ମିଳୁନଥିବା ଦୁଃଖର ସହିତ ପ୍ରକାଶ କରିଛନ୍ତି ଗ୍ରାମବାସୀ । ତେବେ କେବେ ଏହି ଗ୍ରାମବାସୀଙ୍କ ଦୁଃଖ ସରକାର ଶୁଣିବେ, ଆଉ ଏମାନଙ୍କୁ ପିଇବା ପାଣି ଦ୍ୱାରଦେଶରେ ମିଳିବ ସେନେଇ ଅପେକ୍ଷାରେ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details