କେନ୍ଦୁଝର: ହାତରେ ହାତ ଛନ୍ଦି ଗୀତ ଗାଉଛନ୍ତି ଆଦିବାସୀ ମହିଳା । ଗୀତର ତାଳେ ତାଳେ ନାଚ ବି ଚାଲିଛି । ମୁନି ଋଷି ଖୁସି ହେଲେ ବର୍ଷା କରାଇବେ । ଆଉ ଏ ସନ ଭଲ ବର୍ଷା ହେଲେ ଭଲ ଚାଷ ବି ହେବ । ସେଇଥିପାଇଁ ତ ଆଦିବାସୀ ମାନେ ପ୍ରକୃତି ପୂଜା ଆରମ୍ଭ କରିଛନ୍ତି। ମାଟିରେ ମୁନିଋଷି ମୂର୍ତ୍ତି ନିର୍ମାଣ କରି ପୂଜା କରୁଛନ୍ତି କେନ୍ଦୁଝର ଜିଲ୍ଲାର ଆଦିବାସୀ ସଂପ୍ରଦାୟ ।
ମାଟିରେ ଦୁଇଟି ମୂର୍ତ୍ତି ନିର୍ମାଣ କରି ଫୁଲ ଓ ପତ୍ରରେ ଭଗବାନଙ୍କୁ ସଜେଇଛନ୍ତି । ପୂଜା ପରେ ଏକ ଟ୍ରଲିରେ ଗାଁ ଗାଁ ବୁଲାଉଛନ୍ତି । ପରେ ମୁନିଋଷିଙ୍କୁ ନଦୀରେ ବିସର୍ଜନ ବି କରିଛନ୍ତି । ଭକ୍ତିରେ ମୁନିଋଷି ଏପରି ପୂଜା କଲେ ଭଲ ବର୍ଷା ହୋଇଥାଏ ବୋଲି ବିଶ୍ବାସ ରହିଛି । ନିରୀହ ଆଦିବାସୀଙ୍କ ଏ ହେଉଛି ଏକ ଭିନ୍ନ ପରମ୍ପରା । କାହିଁ କେଉଁ କାଳରୁ ଏହି ପ୍ରଥା ଚାଲିଆସୁଛି ।