ଓଡିଶା

odisha

ETV Bharat / state

ଦାରା ସିଂଙ୍କୁ ଜେଲରୁ ଛାଡିବାକୁ ଦେବସେନାର ଦାବି - ଦେବସେନା

୧୯୯୯ ମସିହାରେ ଖ୍ରୀଷ୍ଟିଆନ ପାଦ୍ରୀ ଗ୍ରାହମ ଷ୍ଟେନ୍ସଙ୍କ ହତ୍ୟାକାଣ୍ଡରେ ଗିରଫ ହୋଇଥିଲେ ଦାରା ସିଂ । ତେବେ ତାଙ୍କୁ ଜେଲରୁ ମୁକୁଳାଇବା ପାଇଁ ଦାବି କରୁଛି ହିନ୍ଦୁ ସଙ୍ଗଠନ ଦେବସେନା । ଜାଣନ୍ତୁ କାହିଁକି...

ଦାରା ସିଂଙ୍କୁ ଜେଲରୁ ଛାଡିବାକୁ ଦେବସେନାର ଦାବି
ଦାରା ସିଂଙ୍କୁ ଜେଲରୁ ଛାଡିବାକୁ ଦେବସେନାର ଦାବି

By

Published : Aug 3, 2021, 2:18 PM IST

କେନ୍ଦୁଝର: ୧୯୯୯ ମସିହାରେ ଖ୍ରୀଷ୍ଟିଆନ ପାଦ୍ରୀ ଗ୍ରାହମ ଷ୍ଟେନ୍ସଙ୍କ ନାରକୀୟ ହତ୍ୟାକାଣ୍ଡ ନେଇ ସାରା ବିଶ୍ବରେ ଚହଳ ପକାଇଥିଲା । ଏହି ଘଟଣାରେ ଗିରଫ ହୋଇଥିବା ଦାରା ସିଂଙ୍କୁ ଜେଲରୁ ମୁକୁଳାଇବାକୁ ଦାବି କରୁଛି ହିନ୍ଦୁ ସଙ୍ଗଠନ ଦେବସେନା ।

ଦାରା ସିଂଙ୍କୁ ଜେଲରୁ ଛାଡିବାକୁ ଦେବସେନାର ଦାବି

ଏହି ଘଟଣାରେ ଦାରା ସିଂଙ୍କୁ ଗିରଫ କରାଯିବା ପରେ କେନ୍ଦୁଝର ମୁଖ୍ୟ କାରାଗାରରେ ସେ ସଜ୍ଜା କାଟୁଥିଲେ । ଦାରା ସିଂଙ୍କୁ ଆଜୀବନ କାରାଦଣ୍ଡ ସଜା ହୋଇଥିବା ବେଳେ ତାଙ୍କ ଅବଧି ସରିଯାଇଛି । ଏହି ଅବଧି ସରି ଯାଇଥିବା ପରେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଜେଲରୁ ମୁକୁଳାଉ ନାହାନ୍ତି । ବହୁ ହିନ୍ଦୁ ସଂଗଠନ ଦାରା ସିଂଙ୍କୁ ମୁକୁଳାଇବା ପାଇଁ ଦାବି କରିଆସୁଛନ୍ତି । ଓଡିଶାରେ କାର୍ଯ୍ୟ କରୁଥିବା ଦେବସେନା ମଧ୍ୟ ଦାରା ସିଂଙ୍କୁ ଜଲଦି ମୁକୁଳାଇବା ପାଇଁ ଦାବି କରିଛି । ଆଜି(ମଙ୍ଗଳବାର) ଦେବସେନାର ଏକ ପ୍ରତିନିଧି ଦଳ ଜିଲ୍ଲା କାରାଗାରକୁ ଯାଇ ଦାରା ସିଂଙ୍କୁ ଭେଟିଥିଲେ ।

ଏହି ପ୍ରତିନିଧି ଦଳରେ ଝାଡଖଣ୍ଡର ଆଦିବାସୀଙ୍କ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମାଜସେବୀ ପ୍ରିୟା ମୁଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଜେଲ ପରିସରରେ ଦାରା ସିଂଙ୍କ ସହ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଦାରା ସିଂଙ୍କୁ ମୁକୁଳାଇବା ଦାବି କରିଛି ସେନା । ଦେବସେନା ଦୀର୍ଘଦିନ ଧରି ହିନ୍ଦୁଙ୍କ ଉତଥାନ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି । ଏହା ସହ ଧର୍ମାନ୍ତରୀକରଣକୁ ବିରୋଧ କରିବା ସହ ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିଆସୁଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details