ଓଡିଶା

odisha

ETV Bharat / state

ଦାଦନ ଖଟିବାକୁ ଯାଇ ନିଖୋଜ ନାବାଳକ, ଖୋଜୁଛି ପ୍ରଶାସନ - ନିଖୋଜ ନାବାଳକ

ପରିବାର ଦୁଃଖ ଦୂର କରିବାକୁ ଯାଇ ଫଶିଗଲେ ନାବାଳକ । ଘରକୁ ଫେରିଲେ 4 ଜଣ ନାବାଳକ ଆଉ ରହିଗଲେ 3 ଜଣ । ଏହେଉଛି କେନ୍ଦୁଝର ପାଟଣା ଥାନା ଟଭାସରୁଆ ଗାଁର ଘଟଣା । ଗାଁର କିଛି ନାବାଳକ ଦଲାଲଙ୍କ ସହାୟତାରେ ଦିଲ୍ଲୀ ଦାଦନ ଖଟିବାକୁ ଯାଇଥିଲେ । ହେଲେ ନିର୍ଯାତନା ସହି ନପାରି ଫେରିଆସିଲେ । ହେଲେ ରହିଗଲେ ଆହୁରି ତିନି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

By

Published : Aug 23, 2019, 6:34 AM IST

କେନ୍ଦୁଝର: ପରିବାର ପୋଷିବାକୁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିଲେ କେନ୍ଦୁଝର ପାଟଣା ଥାନା ଟଭାସରୁଆ ଗାଁର କିଛି ଜଣ ନାବାଳକ । ଦୁଇ ଦଲାଲଙ୍କ ସହାୟତାରେ ଦିଲ୍ଲୀ ଏକ ଆଇସକ୍ରିମ ଫ୍ୟାକ୍ଟ୍ରିରେ କାମ କରୁଥିଲେ ଏମାନେ । ହେଲେ ଅସହ୍ୟ ହେଲା ନିର୍ଯାତନା, ତେଣୁ 4 ଜଣ କୌଶଳ କ୍ରମେ ଖସିଆସିଲେ ଗାଁକୁ । ହେଲେ ରହିଗଲେ ଆହୁରି 3 ଜଣେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କେନ୍ଦୁଝର

ପ୍ରକାଶ ଯେ, ଏହି ନାବାଳକମାନେ କାମକୁ ଯିବାର ଚାରି ମାସ ବିତିଗଲା । ହେଲେ ସେମାନଙ୍କ ପକ୍ଷରୁ କିଛି ଟଙ୍କା କି ଖବର ମିଳିଲା ନାହିଁ । ଚାରି ମାସ ପରେ ପୁଅ ଫୋନ ଯୋଗେ ସେଠାରେ ନିର୍ଯାତନା ଦିଆ ଯାଉଥିବା କହିଥିଲା । ଖାଇବାକୁ କି ରହିବାକୁ କିଛି ବ୍ୟବସ୍ଥା କରାଯାଇନଥିବା ମଧ୍ୟ ସୂଚନା ଦେଇଥିଲେ । କିନ୍ତୁ ତା ପର ଠାରୁ ଫୋନ ଯୋଗେ କୌଣସି ଯୋଗାଯୋଗ ହେଇ ପାରୁନଥିଲା ବୋଲି କୁହନ୍ତି ଫେରିଥିବା ନାବାଳକଙ୍କ ପରିବାର।

ଏନେଇ ପାଟଣା ଥାନାରେ ଏତଲା ମଧ୍ୟ ଦେଇଥିଲେ ଏହି ଚାରିଜଣଙ୍କ ପରିବାର ଲୋକେ । ଏତଲା ପରେ ଚାରି ଜଣଙ୍କୁ ନେଇ ଯାଇଥିବା ଦଲାଲ ମାନେ ମଧ୍ୟ ଗାଁରୁ ଫେରାର ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଗୋଟିଏ ପଟେ ଘରକୁ ଫେରିବା ପରେ 4 ଜଣଙ୍କ ପରିବାର ଖୁସିରେ ଫାଟିପଡୁଥିବା ବେଳେ ଅନ୍ୟପଟେ ନିଖୋଜ ଥିବା ନାବାଳକଙ୍କ ପରିବାର ପୁଅକୁ ଝୁରୁଛି । ସେମାନଙ୍କୁ ଆଣିବାକୁ ପ୍ରଶାସନ ପ୍ରୟାସ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details