କେନ୍ଦୁଝର: କୋରୋନା ପାଇଁ ଘଟଣାଁ ତାରିଣୀ ମନ୍ଦିର ବନ୍ଦ । ମହାମାରୀ କୋରୋନା ପାଇଁ ଚଳିତ ବର୍ଷ ମା ତାରିଣୀଙ୍କ ଚଇତି ପର୍ବରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି ବୋଲି ମନ୍ଦିର ପ୍ରଶାସକ ଜଣାଇଛନ୍ତି ।
କୋରୋନାର ଭୟାବହତାକୁ ଦେଖି ଓଡ଼ିଶାର ମୁଖ୍ୟ ଦେବୀ ପୀଠ ଭାବେ ପରିଚିତ ଘଟଗାଁର ତାରିଣୀଙ୍କର ଚଇତି ପର୍ବରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ତାରିଣୀ ମନ୍ଦିର ଟ୍ରଷ୍ଟ ସଭାପତି । ଚଇତି ପର୍ବ ମାଙ୍କର ମୁଖ୍ୟ ପର୍ବ ହୋଇଥିବା ବେଳେ ରୀତିନୀତି ଅନୁଯାୟୀ ସମସ୍ତ ପୂଜାବିଧି କରାଯିବ ବୋଲି କହିଛନ୍ତି ।