ଓଡିଶା

odisha

ETV Bharat / state

କାଲିଠୁ ମାଟ୍ରିକ ପରୀକ୍ଷା, ପ୍ରସ୍ତୁତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ - କେନ୍ଦୁଝରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି

କେନ୍ଦୁଝରର ଏହି ଦିବ୍ୟାଙ୍ଗ ଛାତ୍ରାଛାତ୍ରୀମାନେ ପରୀକ୍ଷା ପାଇଁ ଦିନ ରାତି ଏକ କରି ଅଭ୍ୟାସ କରୁଥିବା ପ୍ରକାଶ କରିଛନ୍ତି । ପରୀକ୍ଷାରେ ନିଶ୍ଚିତ ଭାବେ କୃତକାର୍ଯ୍ୟ ହେବା ପାଇଁ ଦିନର 24 ଘଣ୍ଟାରୁ 14 ଘଣ୍ଟା ପଢିବାରେ ନିମଗ୍ନ ହୋଇଛନ୍ତି ଏମାନେ ।

count down for matric exam starts, keonjhar latest news, keonjhar disable students says being prepared for matric exam, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, କେନ୍ଦୁଝରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି, ମାଟ୍ରିକ ପରୀକ୍ଷା 2020
ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ପ୍ରସ୍ତୁତ ହେଲେଣି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

By

Published : Feb 18, 2020, 8:48 PM IST

କେନ୍ଦୁଝର: ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ସେପଟେ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ କରିଥିବା ପ୍ରକାଶ କରିଛନ୍ତି କେନ୍ଦୁଝର ମନୋଜ ମଞ୍ଜରୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ତେବେ ଏନେଇ ସରକାରୀସ୍ତରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାହା ଶେଷ ହୋଇଥିବା ଜଣାପଡିଛି ।

ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ପ୍ରସ୍ତୁତ ହେଲେଣି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ତେବେ କେନ୍ଦୁଝରର ଏହି ଦିବ୍ୟାଙ୍ଗ ଛାତ୍ରାଛାତ୍ରୀମାନେ ପରୀକ୍ଷା ପାଇଁ ଦିନ ରାତି ଏକ କରି ଅଭ୍ୟାସ କରୁଥିବା ପ୍ରକାଶ କରିଛନ୍ତି । ପରୀକ୍ଷାରେ ନିଶ୍ଚିତ ଭାବେ କୃତକାର୍ଯ୍ୟ ହେବା ପାଇଁ ଦିନର 24 ଘଣ୍ଟାରୁ 14 ଘଣ୍ଟା ପଢିବାରେ ନିମଗ୍ନ ହୋଇଛନ୍ତି ଏମାନେ । ସେପଟେ ବିଦ୍ୟାଳୟ ପକ୍ଷରୁ ମଧ୍ୟ ଶିକ୍ଷକମାନେ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ ସେନେଇ ପୁନଃଆଲୋଚନା ଚଳାଇଛନ୍ତି ।

ଚଳିତ ବର୍ଷ ସମ୍ପୃକ୍ତ ବିଦ୍ୟାଳୟର 6 ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେବା ସହ ପ୍ରତିବର୍ଷ ପରି ସଫଳ ହେବେ ବୋଲି ଆଶା ରଖିଛନ୍ତି ପ୍ରଧାନ ଶିକ୍ଷକ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details