ଓଡିଶା

odisha

ETV Bharat / state

ରାସ୍ତାରେ ମୋରମ ପକାଇ ଅନୁଦାନ ହଡପ ଅଭିଯୋଗ

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ରାସ୍ତା କାମ ପାଇଁ ଆସିଥିବା ଅନୁଦାନ ହଡପ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

By

Published : Jun 25, 2021, 11:54 AM IST

ରାସ୍ତା କାମରେ ମହାଦୁର୍ନୀତି
ରାସ୍ତା କାମରେ ମହାଦୁର୍ନୀତି

ଆନନ୍ଦପୁର: ଲଡାଉନରେ କାମଧନ୍ଧା ପାଉନଥିବା ଶ୍ରମଜୀବୀଙ୍କ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସରକାର ବିପୁଳ ଅନୁଦାନ ଦେଉଛନ୍ତି । ଘସିପୁରା ବ୍ଳକଁରେ କେବଳ ଫଳକ ପୋତି ଆସୁଥିବା ଅନୁଦାନ ହଡପ କରାଯାଉଥିବା ଅଭିଯୋଗ ହେଉଛି । ଏପରିକି କେତେ ଟଙ୍କା ଅଟକଳ ମଧ୍ୟ ଫଳକରେ ଲେଖା ହୋଇନଥିବା ଦେଖିବାକୁ ମିଳିଛି।

ରାସ୍ତା କାମରେ ମହାଦୁର୍ନୀତି

ଘସିପୁରା ବ୍ଲକର କେଶଦୁରାପାଳ ପଞ୍ଚାୟତ ଘୁଷୁରିଆପଦାଠାରୁ ଦୋଛକି ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ 2020-21 ଆର୍ଥିକ ବର୍ଷରେ ମନରେଗା ଯୋଜନା ଅନୁଦାନ ଆସିଥିଲା । ସୂଚନା ଫଳକରେ ଅନୁଦାନ ରାଶି ସମ୍ପର୍କରେ ଉଲ୍ଲେଖ ନଥିଲେ ମଧ୍ୟ ଏଥିପାଇଁ ଦଶଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଇସପ୍ତାହ ତଳେ ଏହି ରାସ୍ତାରେ କେବଳ କିଛି ମୋରମ୍ ପକା ଯାଇଥିଲା । କିନ୍ତୁ ନିର୍ମାଣ ସମୟରେ ବ୍ଲକର କନିଷ୍ଠ ଯନ୍ତ୍ରୀ କିମ୍ବା କୌଣସି କର୍ମଚାରୀଙ୍କ ଦେଖା ମିଳିନଥିଲା।

ଏହା ପରେ ଆଉ କୌଣସି କାମ କରାଯାଇ ନାହିଁ । ଆଗରୁ ରାସ୍ତା ଭଲ ଥିବାରୁ ଏବେ ମାଟିମିଶା ମୋରମ ପକାଯାଇଥିବାରୁ ରାସ୍ତାରେ ଯିବା ସମ୍ଭବ ହେଉନାହିଁ । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ଏ ସମ୍ପର୍କରେ ଆମେ ଘସିପୁରା ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲୁ ସେ କ୍ୟାମେରା ସମ୍ମୁଖରେ କିଛି ନକହି ଖୁବଶୀଘ୍ର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details