ଓଡିଶା

odisha

ETV Bharat / state

ରାଜ୍ୟରେ ଶାସନ କରୁଛି ଭ୍ରଷ୍ଟ ସରକାର: ମନମୋହନ ସାମଲ

ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସଭାପତି ମନମୋହନ ସାମଲ । କେନ୍ଦ୍ର ଦେଉଥିବା ଅନୁଦାନ ସରକାର କେଉଁ ବାଟରେ ଖର୍ଚ୍ଚ କରୁଛି ବୋଲି ସରକାରଙ୍କୁ ମାଗିଛନ୍ତି ଜବାବ । ଅଧିକ ପଢନ୍ତୁ

ସରକାରଙ୍କ ଉପରେ ବର୍ଷିଲେ ବିଜେପି ସଭାପତି ମନମୋହନ ସାମଲ
ସରକାରଙ୍କ ଉପରେ ବର୍ଷିଲେ ବିଜେପି ସଭାପତି ମନମୋହନ ସାମଲ

By ETV Bharat Odisha Team

Published : Sep 9, 2023, 4:59 PM IST

ସରକାରଙ୍କ ଉପରେ ବର୍ଷିଲେ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ବର:ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆଜି ଦ୍ୱିତୀୟ ଦିନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସରକାର ରାଜ୍ୟବାସୀଙ୍କ କ‘ଣ ସବୁ କଲ୍ୟାଣକାରୀ ଯୋଜନା କରିଛନ୍ତି ତାର ଜବାବ ଦିଆନ୍ତୁ ବୋଲି ଦାବି କରିଛି ବିଜେପି । କେନ୍ଦ୍ର ସରକାର ରାଜ୍ୟକୁ ଦେଉଥିବା ଅର୍ଥ କେଉଁ ବାଟରେ ଖର୍ଚ୍ଚ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସଭାପତି ।

ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ‘‘ପ୍ରଥମେ ଭାରତରେ ଜି-20 ସମ୍ବିଳନୀ ଅଧ୍ୟକ୍ଷତା କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଦେଶକୁ ବିଶ୍ବ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିକାଶ ସହ ସମସ୍ତ ରାଜ୍ୟର ସମାଗ୍ରୀକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ତତ୍ପର ରହିଛନ୍ତି । ରଜ୍ୟର ବିକାଶ ପାଇଁ 9ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟର ସେଭଳି ଆଖିଦୃଶିଆ ଉନ୍ନତି ହୋଇନାହିଁ ।ରାଜ୍ୟ ସରକାର ସେ ଟଙ୍କାକୁ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରିଛନ୍ତି ତାକୁ ସର୍ବସାଧାରଣରେ ପ୍ରାକାଶ କରନ୍ତୁ । କେନ୍ଦୁଝର ଜିଲ୍ଲାରେ କାନପୁର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଆଉକେତେ ବର୍ଷ ପର୍ଯ୍ୟନ୍ତ ଚାଲିବ । ଦଶନ୍ଧି ଦଶନ୍ଧି ଧରି ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ସରିବାର ନାଁ ଧରୁନି । ଆଜି ପର୍ଯ୍ୟନ୍ତ ଏକ ଷ୍ଟିଲ୍ ପ୍ଳାଣ୍ଟ ରାଜ୍ୟ ସରକାର କରିପାରିଲେ ନାହିଁ । ରାଜ୍ୟରେ ଏକ ଭ୍ରଷ୍ଟ ଓ ପରସେଣ୍ଟେଜ ସରକାର ଚାଲିଛି । ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।’’

ଏହା ମଧ୍ୟ ପଢନ୍ତୁ... ପ୍ରାଥମିକ ଶିକ୍ଷାବ୍ୟବସ୍ଥାର ମୂଳଦୁଆକୁ ସଜାଡିବାରେ ବିଫଳ ନବୀନ ସରକାର: ସମୀର ମହାନ୍ତି

ସେ ଅହୁରି ମଧ୍ୟ କହିଛନ୍ତି, ‘‘ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଦାଦନ ଦୁଃଖ ଉଦ୍‌ବେଗଜନକ । ରାଜ୍ୟ ସରକାର ରୋଜଗାର ଦେବାରେ ଅକ୍ଷମ । ଖଣି ଖାଦାନ ଭରା ଜିଲ୍ଲାରୁ ଲୋକେ ଦାଦନ ଖଟିବାକୁ ଯାଉଥିବା ଏକ ଚିନ୍ତା ଓ ଲଜ୍ୟାଜନକ ଘଟଣା । ବିଜେପି ଏହି ବର୍ତ୍ତାକୁ ନେଇ ଲୋକଙ୍କ ପାଖକୁ ଯିବ । ଘର ଘର ବୁଲି ଲୋକଙ୍କ ମତ ନେବ ।’’ ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ସଦର ବିଧାୟକ ମୋହନ ମାଝୀଙ୍କ ସହ ବହୁ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details