କେନ୍ଦୁଝର: କୋରୋନା ପାଇଁ ଦିଲ୍ଲାରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନରେ ଲାଗିଲା କଟକଣା । ସରକାରଙ୍କ ନିଷ୍ପତ୍ତି ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ଜନସାଧାରଣ ଭିଡକୁ କମାଇବା ପାଇଁ ତାଲା ଦେଖିବାକୁ ମିଳିଛି ।
ଅତି ଆବଶ୍ୟକ ସମୟରେ ହିଁ କାର୍ଯ୍ୟାଳୟକୁ ଯିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହା ଜିଲ୍ଲାର ସମସ୍ତ ଧାର୍ମିକ ପୀଠରେ ଭିଡ଼ ନକରିବା ପାଇଁ ଗତକାଲିଠାରୁ ବାରଣ କରାଯାଇଛି । ନିର୍ଦ୍ଦେଶ ପରେ ଆଜି ଘଟଗାଁରେ ତାରିଣୀ ମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବନ୍ଦ କରାଯାଇଛି ।