ଓଡିଶା

odisha

ETV Bharat / state

କୋରୋନା ମୁକାବିଲା: କେନ୍ଦୁଝର ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ - corona virus

କୋରୋନା କବଳରୁ ଜିଲ୍ଲାବାସୀଙ୍କୁ ରୋକିବାକୁ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦରବାର ହଲରେ ସ୍ବତନ୍ତ୍ର ବୈଠକ। ଅଧିକ ପଢନ୍ତୁ...

council
କେନ୍ଦୁଝର ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ

By

Published : Mar 21, 2020, 7:00 PM IST

କେନ୍ଦୁଝର: କୋରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦରବାର ହଲରେ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। କୋରୋନା ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ ଦିନରେ ନିଆଯିବ ସେ ବିଷୟରେ ଆଲୋଚନା କରାଯାଇଛି।

କେନ୍ଦୁଝର ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ

ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ବଦ୍ରି ନାରାୟଣ ପାତ୍ର, ମୋହନ ମାଝୀ, ଜଗନ୍ନାଥ ନାୟକ, ବିଧାୟିକା ମୀନାକ୍ଷୀ ମହାନ୍ତ, ଜିଲ୍ଲାପାଳ ଆଶିଷ ଠାକରେ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ। ଜିଲ୍ଲାପରିଷଦର ଏହି ବୈଠକରେ କୋରୋନା ସଂକ୍ରମଣ ବିଷୟରେ ସୂଚନା ଦେଇଥିବା ବେଳେ ସିଡିଏମଓ ଡା. ଅଶୋକ କୁମାର ଦାସ ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବହୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ହଲରେ ପ୍ରବେଶ କରିବା ପୂର୍ବରୁ ସମସ୍ତେ ହ୍ୟାଣ୍ଡଓ୍ବାଶରେ ହାତ ଧୋଇ ଭିତରକୁ ପ୍ରବେଶ କରିଥିଲେ । ଜନତା କର୍ଫ୍ୟୁକୁ ସମସ୍ତେ ସମର୍ଥନ କରୁଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷ ଆହ୍ବାନ ଦେଇଥିଲେ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details