ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଗାଁରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ଜନ ସଚେତନତା ଅଭିଯାନ। ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପରାମର୍ଶ କ୍ରମେ ଯୁବନେତା ,ବିଜେଡି ବ୍ଲକ ସଭାପତି, ମୋ ଓଡିଶା ପରିବାରର ଜିଲ୍ଲା ସଂଯୋଜକ ଓ ଅନେକ ଦଳୀୟ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଆନନ୍ଦପୁରରେ ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନର ଶୁଭାରମ୍ଭ
ଆନନ୍ଦପୁର କେଶଦୁରାପାଳ ଗାଁରେ ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନ । ସାଧାରଣ ଲୋକଙ୍କୁ କରାଗଲା ମାସ୍କ ବଣ୍ଟନ । ଅଧିକ ପଢନ୍ତୁ.....
ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନ, ସାଧାରଣ ଲୋକଙ୍କୁ କରାଗଲା ମାସ୍କ ବଣ୍ଟନ
କୋରୋନା ଭଳି ମହାମାରୀ ସମୟରେ ଲୋକମାନେ କିଭଳି ସଚେତନ ରହିବେ , ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବେ ସେ ବିଷୟରେ ସମସ୍ତଙ୍କୁ ସଚେତନ କରାଇଥିଲେ । ଏହାସହ ସ୍ଥାନୀୟ ଅଞ୍ଚଳରେ ମାସ୍କ ବଣ୍ଟନ କରାଯାଇଥିଲା।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ