ଓଡିଶା

odisha

ETV Bharat / state

10 ଦଫା ଦାବି ନେଇ ଠିକାଦାର ସଂଘ ପକ୍ଷରୁ ଧାରଣା

ଆନନ୍ଦପୁରରେ ଠିକାଦାର ସଂଘ ପକ୍ଷରୁ 10 ଦଫା ଦାବି ପୂରଣ ନିମନ୍ତେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା । ଦାବି ପୂରଣ ନହେଲେ ଅର୍ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଠିକାଦାର ସଂଘ ।

contractors-association-of-anandpur-protest-in-front-of-govt-office
ଫଟୋ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର

By

Published : Nov 28, 2019, 2:53 AM IST

ଆନନ୍ଦପୁର : ରାଜ୍ୟ ନିଖିଳ ଓଡିଶା ଠିକାଦାର ମହାସଂଘର ଧାରଣା । କେନ୍ଦୁଝର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଆନନ୍ଦପୁର ଠାରେ ଥିବା ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର

ରାଜ୍ୟ ନିଖିଳ ଓଡିଶା ଠିକାଦାର ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ରାଜ୍ୟର ସମସ୍ତ ଅଫିସ ସମ୍ମୁଖରେ ଧରଣା ଦିଆଯାଇଛି । ଆନନ୍ଦପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣାରେ ଦିଆଯାଇଛି । ସେମାନଙ୍କର ମୁଖ୍ୟ ଦାବି ଗୁଡିକ ହେଲା ୨୦୧୪ ସ୍ଥିରୀକୃତ ସିଡ୍ୟୁଲ ରେଟର ୨୦୧୯ ମୂଲ୍ୟ ଭିତ୍ତିରେ ପୂର୍ଣ୍ଣ ଆକଳନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବୁକର ତୁରନ୍ତ ପ୍ରଚଳନ ଏବଂ ଓଡିଶା ସରକାରଙ୍କର ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସଂପୂର୍ଣ୍ଣ ପ୍ରତ୍ୟାହାର ।

ଏହି ଭଳି ୧୦ ଦଫା ଦାବିନେଇ ଠିକାଦାରମାନେ ଧାରଣାରେ ବସିରହିଛନ୍ତି । ଠିକାଦାର ମାନଙ୍କର ଦାବି ଗୁଡିକ ଯେ ପର୍ଯ୍ୟନ୍ତ ସରକାର ପୂରଣ କରିନାହାଁନ୍ତି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ମାନେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details