କେନ୍ଦୁଝର: ଖଣିର 23 ଲିଜଧାରିଙ୍କ ବିରୁଦ୍ଧରେ ଆରମ୍ଭ ହୋଇଛି ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ । ପଦକ୍ଷେପ ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ 2018ମେ 24 ତାରିଖ ଏକ ସାର୍ଟିଫିକେଟ କେସ କରାଯାଇଥିଲା । ଏହି ମାମଲାରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।
ଓପିଡ଼ିଆର ଆକ୍ଟ 1962 ଅନୁଯାଇ ପରିବେଶ ଓ ବେଆଇନ ଖଣି ଖନନ ମାମଲାରେ ନିର୍ଦ୍ଧାରିତ ସମୟରେ ଜୋରିମାନା ଦାଖଲ କରି ନଥିବାରୁ 6ଖଣି ମାଲିକଙ୍କ ସମ୍ପତି ଜବତ ପାଇଁ ୱାରେଣ୍ଟ ଜାରି କରିଛନ୍ତି ଜିଲ୍ଲାପାଳ ।