ଓଡିଶା

odisha

ETV Bharat / state

ଲାଞ୍ଚ ନେଇ ଫସିଲେ କିରାଣୀ - ବରିଷ୍ଠ କିରାଣୀ

ବର୍ଦ୍ଧିତ ଦରମା କରାଇ ଦେବାକୁ କହି 1 ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବରିଷ୍ଠ କିରାଣୀ ।

ଲାଞ୍ଚ ନେଇ ଫସିଲେ କିରାଣୀ

By

Published : Nov 20, 2019, 2:32 AM IST

ଆନନ୍ଦପୁର: ପ୍ରଧାନ ଶିକ୍ଷକଙ୍କର ବର୍ଦ୍ଧିତ ଦରମା କରାଇଦେବା ପାଇଁ 1 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ।

ଲାଞ୍ଚ ନେଇ ଫସିଲେ କିରାଣୀ
ଲାଞ୍ଚ ନେଇ ଫସିଲେ କିରାଣୀ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସନ୍ତୋଷ କୁମାର ଧୀର ଭଗାନଈର ପ୍ରଧାନ ଶିକ୍ଷକ ନକୁଳଚରଣ ସାହୁଙ୍କ ବର୍ଦ୍ଧିତ ଦରମା କରାଇ ଦେବାକୁ କହି ତାଙ୍କଠାରୁ 1 ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଏହି ଚଢାଉରେ କେନ୍ଦୁଝର ଓ ବାଲେଶ୍ବର ଭିଜିଲାନସ୍ ବିଭାଗର ୧୦ଜଣ ଅଧିକାରୀ ସାମିଲ ଥିଲେ । ଏଥିସହ ସନ୍ତୋଷ କୁମାର ଧୀରଙ୍କର ପୁରୁଣାବାନ୍ଧଗୋଡାସ୍ଥିତ ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details